ସନ୍ତାପ
ସନ୍ତାପ
ମୋ'ହୃଦୟ କିମ୍ପା ଆଜି ସନ୍ତାପିତ
ସାଗର ତରଙ୍ଗ ପରି
ସାଗର ମନ୍ଥନ କଲାପରି ଲାଗେ
ଦିନ ଆସେ ସରିସରି ।
ନେତ୍ର ଯାଏ ଲୁହେ ଭରି
ନପାରିଲି ରଖି ସମୟକୁ ମୋର
ଦିନେହେଲେ ହାତେ ଧରି ।1।
ଏତେବଡ ଏହି ବିଶାଳଦୁନିଆ
ମୋ'ପାଖେ ଜଳୁଛି ନିଆଁ
ତା'ଭିତରେ ମୁହିଁ ରହିଖାଲି ଜଳେ
ଦେହହେଲା ସାତସିଆଁ ।
ଦେହରୁ ବାହାରେ ନିଆଁ
ଚମଧୁଡୁ ଧୁଡୁ ଜଳୁଛି ମନକୁ
ସନ୍ତାପ ଲାଗୁଛି କିଆଁ ।2।
ମୋ'ଦେହ ମନ୍ଦିରେ ରହିଛି ହୃଦୟ
ତା'ଭିତରେ ପାଞ୍ଚମନ
ଦେହ ପିଞ୍ଜରାରୁ ଛାଡି ଯିବାପାଇଁ
ହ
େଲେଣି ଆଜି ଉଚ୍ଛନ୍ନ
ପଚିଶି ପ୍ରକୃତ ଗଣ
ଅଣାୟତ୍ତ ଆଜି ପୁଣି ଅମାନିଆଁ
ଭିଡାଭିଡି ଜଣ ଜଣ ।3।
କେତେବେଳେହେବ ମହାବାତ୍ୟାଆସି
ଉଡିଯିବ ପ୍ରାଣ ପକ୍ଷୀ
ନପାରିବି ରଖି ପଞ୍ଚମହାଭୁତେ
ନାହିମୋର କେହି ରକ୍ଷୀ
ନାହିମୋର ସଖାସଖୀ
ମୋ'ଜୀବନ ନୌକା ହୁଏ ଉବୁଟୁଁବୁ
ମାଡୁ ଅଛି ସର୍ବଭକ୍ଷୀ ।4।
ମୋ'ଜୀବନଡ଼ଙ୍ଗା ବୁଡିବ କାଲିକି
ସେଥିପାଇଁ ମୋ ସନ୍ତାପ
ବେଳ ଥାଉଁଥାଉଁ ପ୍ରଭୁଙ୍କ ଚରଣେ
ଡାକିକରେ ମାନସ୍ତାପ
ସକଳ ପ୍ରାଣୀର ବାପ
ଆମ୍ଭେ ତୁମ୍ଭସୁତ ମୃତ୍ଯୁପରେ ହେଲେ
ନିବାର ମନୁ ସନ୍ତାପ ।5।