Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIJUKTI ODISHA

Classics

3  

NIJUKTI ODISHA

Classics

ଚିନ୍ତନ

ଚିନ୍ତନ

1 min
123



ମନରେ କରୁତୁ କେତେ ଚିନ୍ତନ

ପାଇବୁକି କେବେ ଦିବ୍ୟ ରତନ,

ଯେତେ ହେଜିଲେକି ମଣିକାଞ୍ଚନ

ଦେଖିକି ପାରିବ,ତୁମ୍ଭଲୋଚନ

   ସେଯେ ସାରଧନ

ଗହନମନର ଗଣ୍ଠି ରତନ ।


ନୀରତ ଖୋଜିଲେ ଗୁପତ ଧନ

ଆପେ ଆସିଯିବ ମନକୁ ମନ,

ଯେତେ ଭାବିଚିନ୍ତି କଲେ ମନ୍ଥନ

ଧରାନ ଦେବରେ ସାର ସୁବର୍ଣ୍ଣ,

   ସେଯେ ଚାରୁ ଜହ୍ନ

ଜ୍ଞାନ ସାଗରର ମୋତି ରତନ ।


ଦୁଧ ଗରମରେ ମିଳଇ ସର

ସରକୁ ବାଟିଲେ ଘିଅ ସୁନ୍ଦର

ସରକୁ ମନ୍ଥିଲେ ଲହୁଣୀ ମିଳେ

ଲହୁଣୀରୁ ଘୃତ ବାଟିଲେ ଶୀଳେ

     କ୍ଷିରୁ ଉତପନ୍ନ

ଲହୁଣୀରୁ ଘୃତ ହୁଏ ଜନମ ।


ଘୃତଜ ଦିନର କରେ ସେବନ

ମଣିଷର ହୁଏ ବଳବର୍ଦ୍ଧନ

ଦୁଗ୍ଧଜାତ ଦ୍ରବ୍ୟ କଲେ ମନ୍ଥନ

ବୀର୍ଯ୍ୟବାନ ହୁଏ ଦୁର୍ବଳ ଜନ

   କଲେ ଏହିପରି

ଦୁର୍ବଳା ପାଲଟେ ବିଶ୍ୱ ସୁନ୍ଦରୀ ।


ଗୁଣୀ କରିଲେ ମାନସ ମନ୍ଥନ

ଜ୍ଞାନ ସାରତତ୍ତ୍ୱ ହୁଏ ଉତ୍ପନ୍ନ

ବୃଦ୍ଧିହୁଏ ବୁଦ୍ଧି ଜ୍ଞାନ ସମ୍ଭାର

ଚିନ୍ତନେ ସମ୍ଭୁତ ଗୁଣ ଅପାର

   ବିଭୁଦତ୍ତ ଜ୍ଞାନ

ଇଶ୍ୱର କରନ୍ତି ଅଜ୍ଞାନେ ଦାନ ।


ଚିନ୍ତନ ପ୍ରଭାବେ ବିଭୂ ମହିମା

ଅବତରି ଆସେ ନାହିଁତା ସୀମା

ଅଜ୍ଞଲୋକ ଯାନ୍ତି ସୁପଥ ସୁଖେ

ସୁମନ ଚଳନ୍ତି ଦିବ୍ୟ ମୟୂଖେ

   ଚିନ୍ତନେ ମାନବ

ଜ୍ଞାନ ପାରାବାରୁ ପାଏ ବିଭବ ।


ଚିନ୍ତନେ ମିଳଇ ଅସୀମ ଜ୍ଞାନ

ଜ୍ଞାନାଲୋକେ ବଢେ ଅଜ୍ଞ ସମ୍ମାନ

ଚିନ୍ତନେ ସୁଧୁରେ ନେତାଙ୍କ ଗୁଣ

ବିଜ୍ଞଙ୍କ ଜ୍ଞାନରହଇ ଅକ୍ଷୁର୍ଣ

  ସାରଜ୍ଞାନ ବଳେ

ଅଜ୍ଞଲୋକ ସୁରପୂରକୁ ଚଳେ ।


ଚିନ୍ତନ ମନ୍ଥନ କରିଲେ ଜ୍ଞାନ

ମଣିଷ ପାଲଟେ ପ୍ରତିଭା ବାନ

ମଲ୍ଲିଫୁଲ ପରି ବାସନା ବାସେ

ତାହା ବଳେ ନର ରହେ ସୁବାସେ

   ଚିନ୍ତନେ ଯେ ଜ୍ଞାନ

ମଣିଷର ବଢେ ମାନ ସମ୍ମାନ ।



Rate this content
Log in

Similar oriya poem from Classics