Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIJUKTI ODISHA

Crime Others Children

4  

NIJUKTI ODISHA

Crime Others Children

ଦଫା

ଦଫା

1 min
223



ଭାରତ ବର୍ଷ   ସ୍ୱାଧୀନ ହେଲା,

    ଗଢ଼ିଲୁ ସମ୍ବିଧାନ

ଦେଶ ନିର୍ମାଣେ   କରିଲୁ କାମ

   ସଜାଗ ହୋଇ ଜାଣ ।


ଲୋକତନ୍ତ୍ରର   ସୁରକ୍ଷା ପାଇଁ

    କଲୁ ନିୟମ ନୀତି

ତାହାରି ବଳେ  ଚାଲୁଛି ଦେଶ

    ସୁନ୍ଦର ଭାବେ ନିତି ।


ସମ୍ବିଧାନର  ଅନେକ ଧାରା

    ଉପଧାରାର ଦଫା

ଶାସନ ପାଇଁ ଉଲ୍ଲେଖ କଲୁ

    ଭାରତ ପାଇଁ ସଫା ।


ନ୍ୟାୟ ପାଳିକା  ଗୋଟିଏ ଅଙ୍ଗ

    ବିପଥଗାମୀ ହେଲେ

ଆମ ଦେଶର  ଶାସନ କର୍ତ୍ତା

    ସୁମାର୍ଗେ ନିଏ ଭଲେ ।


ଆମ ଦେଶର  ସଂସଦକୁ ସେ

    ଦେଖାଏ ଭଲ ବାଟ

କୁମାର୍ଗେ ଗଲେ  ଲଗାମ ଧରି

    ଲଗାଏ ଦୃଢ଼ ଛାଟ ।


ମନ ମୁଖୀକୁ  ଶାସନ କରେ

    ଦେଖାଇ କେତେ ଦଫା

ନହେଲେ ତାଙ୍କୁ  ଭର୍ସନା କରି

    କରଇ ଦଫା ରଫା ।


ନ୍ୟାୟ ପାଳିକା   ଦଣ୍ଡବିଧାନ

     କରଇ ଦୋଷୀ ଜନେ

ଚୋର ତସ୍କର   ଡାକୁ ଖଣ୍ଟକୁ

    ଦଣ୍ଡେ ରାଜ୍ୟ ଶାସନେ ।


ରାଜ୍ୟରେ ଯେତେ  ଅନ୍ୟାୟ ନୀତି

   କରନ୍ତି ଆମ ଲୋକେ

ପୁଲିସ ତାକୁ  ବେଡି ପିନ୍ଧାଇ

   ମାଡ ମାରଇ ଥୋକେ ।


ଚାରିଶ ବିଶ   ଦଫାରେ ଦଣ୍ଡେ

   ଦେଶର ଠକ ଲୋକେ

ଜେଲ ହାଜତ  ଡର ଦେଖାଏ

   ମରନ୍ତି କିଛି ଶୋକେ ।


ନ୍ୟାୟ ପାଳିକା ହୋଇଲେ ସ୍ୱଚ୍ଛ

  ମିଳେ ଶାସନ ଭଲ

ସମ୍ବିଧାନକୁ  ସୁମାର୍ଗେ ନିଏ

    ଲୋକେ ଦେଇ ଅକଲ ।


ଯେଉଁ ଦେଶରେ  ସୁସମ୍ବିଧାନ

   ସ୍ୱଚ୍ଛ ଦର୍ପଣ ପରି

ସେହି ଦେଶର ଦଫା ସକଳ

   ଉନ୍ନତ କୀର୍ତ୍ତି ସରି ।


Rate this content
Log in

Similar oriya poem from Crime