Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Crime Others

4.2  

BISWESWAR MAJHI

Crime Others

ପରିବର୍ତ୍ତିତ ରୂପରେ ଗୁରୁ

ପରିବର୍ତ୍ତିତ ରୂପରେ ଗୁରୁ

1 min
24.2K



ଶିକ୍ଷାଦାନ କଲେ ଗୁରୁ ପଦବାଚ୍ଯ ଅକାମି ହେଲା

ଗୁରୁ ଯଦି ନିଜ ମାନ ମହତକୁ ନିଲାମ କଲା ।

ଅର୍ଥ ଲାଳସାରେ ଗୁରୁ ବିପରୀତ କରମ କରି

ଗୁରୁ ପଦବୀର ମାନ ମହତକୁ ଦେଲା ସେ ସାରି ।


ଦଣ୍ଡ ମୁକ୍ତ ବିଦ୍ୟାଳୟ କଲା ଯହିଁ ଟାହି ଟାପରା

ଶିକ୍ଷକ ବସନ୍ତି ଧାରଣାରେ ଶିକ୍ଷା ବ୍ୟବସ୍ଥା ଗଲା ।

ଆଶା ଆକାଂକ୍ଷାର ସୀମାରୁ ଉର୍ଦ୍ଧ୍ଵରେ ରହିଲେ ଗୁରୁ

ମଣିଷ ତିଆରି ବିଶ୍ୱକର୍ମା ଗୁରୁ ପଦଟି ସ୍ମରୁ ।


ମୁନି ଋଷି ଠାରୁ ବ୍ରାହ୍ମଣ ଆଚାର୍ଯ୍ୟ ବେଦର ବାଣୀ

ଭାଗବତ ଗୀତା କୋରାନ୍ ବାଇବେଲ୍ ଗୁରୁଙ୍କ ବାଣୀ ।

ଗୁଗୁଲ କି ନେବ ଗୁରୁର ଭୂମିକା କୃତ୍ରିମ ବୁଦ୍ଧି

ଦିଅଁ ଗଢୁ ଗଢୁ ମାଙ୍କଡ ଗଢିବ ନହୁଏ ସିଦ୍ଧି।


ମୋବାଇଲ୍ ଆପ୍ ଖୋଲି ଗୁରୁ ଲୋଡା ନାହିଁ ଭାବିଲେ

ବାସ୍ତବ ଶିକ୍ଷା କି ସମାଜ ପାଇବ ବିଦ୍ୟା ଜାଣିଲେ ।

ଚରିତ୍ର ଗଠନ ନୈତିକ ଶିକ୍ଷାର ଅଧୋପତନ

ଚୁଲିକୁ ଗଲାଣି ନାଗରିକ କାହୁଁ ବଢିବ ମାନ !!

   


Rate this content
Log in

Similar oriya poem from Crime