ଆମେବି ପଢିବୁ ଆମେବି ହସିବୁ
ଆମେବି ପଢିବୁ ଆମେବି ହସିବୁ
ଫୁଲଠୁଁ କୋମଳ ଜହ୍ନଠୁଁ ଶୀତଳ
ଆମ ଛନ ଛନ ମନ ,
ଶିଶୁ ରୁ ଶ୍ରମିକ ହୋଇଗଲୁ ବୋଲି
କର ନାହିଁ ହେୟ ଜ୍ଞାନ ।
ବାଳ ଶ୍ରମିକ କେନ୍ଦ୍ରରେ ଯାଇ
ପାଠ ପଢିବୁ ରେ ଆମେ,
ପାଠ ସାଙ୍ଗ କୁ ମଧ୍ୟାହ୍ନ ଭୋଜନ
ପାଇବୁ ତ ନିତି ଦିନେ ।
ମାସ ଶେଷକୁ ଷ୍ଟାଇପେଣ୍ଡ ରାଶି
ପାଇବୁ ଟଙ୍କା ଚାରି ଶହ,
ଖାତା ସିଲଟକୁ କଲମ ଖଡି
ଶିକ୍ଷକ ଦେବେ ନିଶ୍ଚୟ ।
ବାପା ମାଆଙ୍କୁ ମିଳିବ ଆମର
ସରକାରଙ୍କ ଦାରିଦ୍ର୍ୟ ଯୋଜନା,
ବିପିଏଲ ସଙ୍ଗେ ବିଡିଘର
ଆଉ ମାଗଣା ସ୍ୱାସ୍ଥ୍ୟ ବୀମା ।
କେତେ ସପନ କେତେ ଯେ ଆଶା
ଆମେ ସାଇତି ରଖିଛୁ ମନେ ,
ଶ୍ରମିକ ନହୋଇ ସାହେବ ହୋଇବୁ
ଦୁନିଆ ଦେଖିବ ଦିନେ ।
ବିଶ୍ୱଶିଶୁ ଶ୍ରମ ନିରୋଧ ଦିବସେ
କରୁଛୁ ତୁମକୁ ଗୁହାରି
ଯେଉଁ ହାତ ଚାହେଁ ସିଲଟ ଖଡି
ସେ ହାତେ ନବାନ୍ଧ ଶ୍ରମ ଶିଙ୍କୁଳି ।
ଆମେ ବି ପଢିବୁ ଆମେ ବି ହସିବୁ
କୋଳେଇ ନିଅ ଆମକୁ,
ଆମେବି ମଣିଷ ତୁମପରି ଜଣେ ଦିଅ ଆଜି ବାର୍ତା ସଭିଙ୍କୁ ।