କାମୁକ
କାମୁକ
ଦେହରୁ ଝରି ଗଲେ ଦୁଇ ଟୋପା ବୀର୍ଯ
ଶରୀର ହୋଇଯାଏ ଅଚଳ ଓ ନିସ୍ତେଜ
ଚେତା ପଶଇ ସେହି କ୍ଷଣେ ଚିତେ
କେମିତି ହୋଇଲା ଏପରି ଘୃଣ୍ୟକାର୍ଯ୍ୟ ।
କ୍ଷଣିକ ସୁଖ ପାଇଁ ମଣିଷ
ଆଜି ସାଜେ ଗୋଟିଏ କାମୁକ
ଭାଗ୍ୟକୁ ଦେଇ ଦୋଷ ହତଭାଗା
ଅନ୍ଧାର ଘରେ କାଟେ ଜୀବନଯାକ ।
ଜୀବନ ତାର ଅଛି ଫାଶୀ ଦଉଡିରେ
ପରିବାର ପରିଜନ ହୁଅନ୍ତି ଖାଲି ହନ୍ତସନ୍ତ
କେତେ କଥା ଆଦରି ତୁନିରହନ୍ତି ସେମାନେ
ଜିଇଁ ଥାଉଥାଉ ମରନ୍ତି ଶତ ପ୍ରତିଶତ ।
ଦୁର୍ଲଭ ଅଟେ ମଣିଷ ଜୀବନ
ଲକ୍ଷେ ତପ ବଳେ ମିଳିଥାଏ
ତୁମ ପରି କାମୁକମାନଙ୍କ ପାଇଁ
କେତେ କନ୍ୟାଙ୍କ ଜୀବନ ଚାଲିଯାଏ ।
କନ୍ୟାଟିଏ ଜନମିଲେ ଡର ପଶେ
ଆଜି ସବୁ ବାପା ଓ ମାଆଙ୍କ ମନେ
ନିଶ୍ଚେ ତୁମେ କନ୍ୟାଟିଏ ହୋଇଥିଲେ
ବୁଝି ପାରିଥାନ୍ତ ଦୁଃଖ ତା ଜୀବନେ ।