କଳା ଠାକୁର
କଳା ଠାକୁର
ଭାବ ବିନୋଦିଆ ନାଟୁଆ ଠାକୁର
କିଏ ବୁଝିବ ପାରିବ ମହିମା ତୁମର
ଯାହା ସ୍ଵର୍ଗର ଦେବତାଙ୍କୁ ଅଗଚର
ମୁଁ ତୋ ମୂରୁଖ ଅଜ୍ଞାନୀ ନର ।
ଯାହା ମୁଁ ଚିନ୍ତଇ ମନେ
ତାହା ତୋ ତୁମରି ଅବଦାନ
ଯାହା ମୋ ଭାବନାରେ ଆସେ
କେବଳ ଏହା ତୁମ ବରଦାନ ।
କଲମ ଧରିଛି ତୁମ ଇଚ୍ଛାରେ
ଲେଖିଛି ଯଦି ଦୁଇପଦ ତୁମପାଇଁ
କୃପାସିନ୍ଧୁ ତମେ କୃପା କର
ଏ କଲମ ଚାଲୁଥାଉ କେବଳ ତୁମପାଇଁ ।
