STORYMIRROR

Sanjay Kumar Behera

Tragedy

4  

Sanjay Kumar Behera

Tragedy

ଚିହ୍ନି କି କରିଦେଲୁ ଅଚିହ୍ନା

ଚିହ୍ନି କି କରିଦେଲୁ ଅଚିହ୍ନା

1 min
15

କେମିତି ତୁ ପାରିଲୁ ଭୁଲି

ସେ ଦିନର ସେହି କଥା

ନ ଦେଖିଲେ ଥରେ ମୋତେ

ନୟନ ତୋ ଖୋଜି

ବୁଲୁଥିଲା ମୋ ଚେହେରା,

ଆଜି ଭୁଲି ଗଲୁ ମୋ ନାଆଁ 

ଚିହ୍ନି କି କରିଦେଲୁ ଅଚିହ୍ନା ।

ପାସରି ଯାଇଛୁ ଯେତେ ଶ୍ରୁତି

ସେ ଦିନ ଥିଲା ଆମର 

ବସ ଷ୍ଟାଣ୍ଡରୁ କଲେଜ ଯିବା ବାଟର ,

ଛଳନା ରଙ୍ଗ ତୋ ଦେହେ ବୋଳି 

ମୋ ହୃଦୟକୁ କରି ଦେଲୁ ଚୁନା

ଚିହ୍ନି କି କରିଦେଲୁ ଅଚିହ୍ନା ।

ପୁରୁଣା ଖାତାଟିଏ ପରି 

ମୋ ଭଲ ପାଇବାକୁ ଚିରି ଦେଲୁ 

ମୋ ମନକୁ ବୁଝିବା ଆଗରୁ

ଠକି ଦେଇ ଦୂରେଇ ଗଲୁ 

ତଥାପି କାହିଁ ମୋ ମନ

ହୁଏ ତୋ ପାଇଁ ଆନମନା

ହେଲେ ତୁ

ଚିହ୍ନି କି କରିଦେଲୁ ଅଚିହ୍ନା ।

ପ୍ରଥମ ପ୍ରେମିକା ତୁ ଥିଲୁ ମୋର 

ଆଜି ଭାଙ୍ଗିଗଲା ବାଲିଘର 

ତୋ ପାଖରେ ଥିଲା ମୋ ନିଃଶ୍ୱାସ

ସେ ନିଶ୍ୱାସ ଆଜି ସାଜିଲା

ମୋ ପାଇଁ ଅବିଶ୍ଵାସର କାରକ

ପ୍ରତାରଣା ଆଉ ଛଳନା 

ଚିହ୍ନି କି କରିଦେଲୁ ଅଚିହ୍ନା

ଚିହ୍ନି କି କରିଦେଲୁ ଅଚିହ୍ନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy