ରାଧା ଓ କୃଷ୍ଣ ଲୀଳା
ରାଧା ଓ କୃଷ୍ଣ ଲୀଳା
ରାଧା ତୋ କୃଷ୍ଣ ପ୍ରେମରେ ପାଗେଳି
କୃଷ୍ଣ ବିନା ରାଧାର ନାହିଁ ଗତିମୁକତି
ତାର ବଇଁଶୀସ୍ୱର କାନେ ନ ବାଜିଲେ
ଭାଳି ହୁଏ ରାଧା ଚାଲେ ଯମୁନା କତି।
ସେ ତୋ ନଟ ନାଗର କଳା ଠାକୁର
ଜାଣି ରାଧାର ବିକଳ, ମିଳନ ଆତୁର
ଯମୁନା କୂଳେ କଦମ୍ବ ମୂଳେ, ରାସ
କରୁଥାଇ ଭୁଲି ଯାଇ ସମ୍ପର୍କର ଡୋର ।
ପାଟ ପିତାମ୍ବରୀ ସାଙ୍ଗକୁ ମୟୂରଚୂଳ
ଆଖି ରହିଯାଏ ତା ଠାରେ ଲାଖି
କାହ୍ନୁ ବାହୁ ବନ୍ଧନରେ ରାଧା ମାଇଁ
ଦେଇଛି ତା ଛାତିରେ ମୁଣ୍ଡକୁ ରଖି ।

