Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar Behera

Children Stories Inspirational

4  

Sanjay Kumar Behera

Children Stories Inspirational

ବିଦ୍ୟାଳୟ

ବିଦ୍ୟାଳୟ

1 min
3


ଦେଖିଲେ ଜେଜେ ନାତି ଟୋକାଟି

ଖେଳୁଛି ତାର ସାଙ୍ଗସାଥିଙ୍କ ସହ

ପଚାରିଲେ ସେହି କ୍ଷଣି ତାକୁ

କାହିଁକି ବିଦ୍ୟାଳୟ ଯାଇନାହୁଁ କହ ।


ପରୀକ୍ଷା ଆସିଲାଣି ପାଖେଇ ପାଖେଇ

ନାହିଁ କି ତୋର ଟିକେ ଚିନ୍ତା

ବିଦ୍ୟାଳୟରେ ଚାଲିଛି ପାଠର ପୁନରାବୃତ୍ତି

ଯାଇଥିଲେ ସେଠାକୁ କିଛି ତୋ ହୁଅନ୍ତା ।


ଇଚ୍ଛାନାହିଁ ତୋର ପାଠ ପଢିବାକୁ

ଦେଖାଯାଉ ନାହିଁ ତୋର ଭଲଗତି

ଏହି ବୟସରେ ପାଠପଢିବା କଥା

କାହିଁକି ଡାକୁଅଛୁ ଭବିଷ୍ୟତକୁ ବିପତ୍ତି ।


ବିଦ୍ୟାଳୟ ପରା ଜ୍ଞାନର ମନ୍ଦିର

ଶିକ୍ଷକ ଶିକ୍ଷୟତ୍ରୀ ଅଟନ୍ତି ଦେବତା

ତାଙ୍କୁ ପୂଜା କରୁଥିଲେ ସଦା

ପୋଡ଼ା ଅଙ୍ଗାରରୁ ହୋଇବୁ ମୁକୁତା ।


ବିଦ୍ୟା ବିନା ବିଦ୍ୟାଳୟ ଅଧୁରା 

କେବଳ ହୁଏ ନାହିଁ ପାଠପଢା 

ଆଚାର ବ୍ୟବହାର ଚାଲି ଚଳନ

ପିଲାଙ୍କ ଭବିଷ୍ୟତ ହୁଏ ଗଢା ।


ଯେତେ ଶିକ୍ଷିତ ହୁଅଇ କେହି

ବିଦ୍ୟାଳୟ ପରା ଅଟେ ମୂଳଦୁଆ 

ସର୍ବୋଚ୍ଚ ଶିଖର ଛୁଇଁବା ପାଇଁ 

ହେଲେ ସେହି ଏକମାତ୍ର ସାହା ।


ନାତି ଟୋକା ବିଦ୍ୟାଳୟର ଗୁରୁତ୍ତ୍ଵ

ଜେଜେଙ୍କ ଠାରୁ ବୁଝିଲା ଏବେ

ପ୍ରତିଦିନ ବିଦ୍ୟାଳୟ ଯିବା ପାଇଁ

ଆଉ ବାହାନା କରିବନି କେବେ ।।


      


Rate this content
Log in