STORYMIRROR

Sanjay Kumar Behera

Abstract Classics Others

3  

Sanjay Kumar Behera

Abstract Classics Others

ନଦୀ

ନଦୀ

1 min
18


ନଦୀ ଘାତ ପ୍ରତିଘାତ ସହି

ଆଗକୁ ଯାଏ ବୋହି ବୋହି

ସାଗର ସହ ମିଳନ ତାର

ଗୋଟେ ମାତ୍ର ଲକ୍ଷ୍ୟ ନେଇ।


କରେନା କେବେ କିଛି ଆଶା

ସାହାଯ୍ୟ ହେଉ ଅବା ସହଯୋଗ 

ନିଜ ଲକ୍ଷ୍ୟ ପଥେ କାହାଠୁ

ଦେଖାଏ ନାହିଁ ତାର ଆବେଗ ।


ମନ୍ଥର ଗତିରେ କୁଳୁକୁଳୁ ହୋଇ

ମାଡ଼ି ଚାଲେ ଆଗକୁ ଆଗକୁ 

ଦିନ ଅବା ରାତି ଅବିରତେ

କେବେ ନ ଚାହିଁ ତାର ପଛକୁ ।


ନି ସ୍ୱାର୍ଥପର ସେବା ଦେଇ

ଅନେକ ବାଃବାଃ ଲୁଟୁ ଥାଏ 

ତୋ କେତେବେଳେ ପର ଉପକାରର

ଉଦାହରଣ ହୋଇ ସମାଜକୁ ଶିକ୍ଷାଦିଏ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract