ନିରବତା
ନିରବତା
ସାଥୀ ତୁମ ନିରବତା ଭାଙ୍ଗିଦିଏ
ମୋ ମନେ ଧର୍ଯ୍ୟର ସୌଧକୁ
ଅସହାୟ ହୋଇଯାଏ ଚଲା ପଥେ
ଇଛାଏ ବୁକୁଫଟା ଚିତ୍କାର କରିବାକୁ ।
ମୋ ମନ ଉପଵନେ ସୁବାସିତ
ପୁଷ୍ପ ତୁମ ନିରବତାରେ ଆଜି
ନେଇଛି ସାଥୀ ପାଖୁଡ଼ା ଅପସରି
ସୁଗନ୍ଧ ବି ତାର ଯାଇଛି ହଜି ।
ଅଶାନ୍ତ ମହାସାଗରରେ ଘୂର୍ଣିଝଡ ପରି
ପ୍ରଶ୍ନବାଚୀ ହୋଇ ତୁମ ନିରବତା
ମୋ ହୃଦୟ କନ୍ଦରକୁ ବିଦୀର୍ଣ୍ଣ କରି
ନେଇ ଆସେ କେତେ ବାର୍ତ୍ତା ।
ଭାଙ୍ଗିଦିଅ ସାଥୀ ତୁମ ନିରବତା
ଫୁଟାଇ ଗୋଲାପୀ ଅଧରରୁ ହସ
ତୁମେ ହସି ଦେଲେ ସାଥୀ
ନିଦାଘେ ଛୁଟଇ ମଳୟ ସୁବାସ ।।

