STORYMIRROR

Sanjay Kumar Behera

Tragedy Fantasy Inspirational

4  

Sanjay Kumar Behera

Tragedy Fantasy Inspirational

ଶିବଙ୍କ ଲିଙ୍ଗ ପୂଜନ କଥା

ଶିବଙ୍କ ଲିଙ୍ଗ ପୂଜନ କଥା

1 min
13


ମୁଁ ତୋ ଅଜ୍ଞାନୀ ମୂରୁଖ 

ମାଆ ଆଦ୍ୟାଶକ୍ତିଙ୍କ କରୁଣା

ପ୍ରଭୁ ତୁମ୍ଭ ଆଶ୍ରିବାଦ ବଳେ

କରୁଛି କିଞ୍ଚିତ ତବ ବର୍ଣ୍ଣନା।1।


ଭୁଲ ଥିଲେ ଜଗତ ସ୍ୱାଇଁ

କରିବେ ଦୀନ ହିନକୁ କ୍ଷମା

ନିରାକାର ତୁମେ ଯୋଗେଶ୍ୱର

ବାଖାଣୁ ଅଛି ତବ ମହିମା ।2।


ଯେବେ କିଛି ନଥିଲା ବ୍ରହ୍ମାଣ୍ଡେ

ତୁମ୍ଭେ ଥିଲ ପ୍ରଭୁ ଏଜଗତେ 

ଯେବେ ସବୁ କିଛି ସରିଯିବ

କେବଳ ତୁମ୍ଭେ ସଦାଶିବ ଜ୍ଞାନ୍ତେ ।3।


ଓମ୍ ରୁ ଆରମ୍ଭ, ତୁମ୍ଭେ ଦଗ୍ଧ

ଅଗ୍ନିପିଣ୍ଡ ରୂପେ ପ୍ରକାଶ ହୋଇ

ଅଦୃଶ୍ୟ ହୋଇଲେ ଆପଣା ଛାଏଁ

ବ୍ରହ୍ମାବିଷ୍ଣୁଙ୍କୁ ସୃଜନ ଦାୟିତ୍ଵ ଦେଇ ।4।


ସଂଘାରକର୍ତ୍ତା ତୁମ୍ଭେ ଦେବାଧି ଦେବ

କୌଳାସ ପରବତେ ହୋଇ ସ୍ଥାପିତ

ସ୍ଵୟଂ ଯୋଗମାୟା ତବ ଅର୍ଦ୍ଧାଙ୍ଗିନୀ

ମହୀମଣ୍ଡଳେ ଦକ୍ଷପୁତ୍ରି ନାମେ ଖ୍ୟାତ ।5।


ସୃଷ୍ଠିର ସଂଚାଳନା ହେତୁ ବ୍ରହ୍ମାବିଷ୍ଣୁଙ୍କ

ଆତୁର ନିବେଦନ କଲେ ଗ୍ରହଣ

ସତୀଙ୍କୁ ପତ୍ନୀ ରୂପେ ଆପଣେଇ

ବାମାଙ୍ଗୀ ହେବାରେ ଦେଲେ ସ୍ଥାନ ।6।


ମହାଦେବୀ ସେ ଅଟନ୍ତି ଆଦିମାତା

ଦକ୍ଷଯଜ୍ଞେ ପ୍ରାଣତ୍ୟାଗ କଲେ ସତୀ

ବ୍ରହ୍ମାବିଷ୍ଣୁ ଗନ୍ଧର୍ବ ଅନ୍ୟାନ୍ୟ ଦେବତାଙ୍କ

ଆଗେଯେବେ ଅପମାନିତ ହେଲେ ପତି ।7।


ସେ ସମ୍ବାଦ ପାଇଣ ତୁମ୍ଭେ

ଥରିଲା ସର୍ବାଙ୍ଗଶରୀର କମ୍ପିଲା ମେଦିନୀ 

ବ୍ୟଥିତ ହୃଦୟରେ ରୁଦ୍ରନାଥ ତୁମ୍ଭେ

ପାରିଲେ ନାହିଁ କାହାକୁ ଚିହ୍ନି ।8।


ସଭିଏଁ ଭୟରେ ଆତୁର ସେଠାରେ

ସୁରବୀର ଯେତେ ଉପସ୍ଥିତ ଥିଲେ

ଏହା ଦେଖି ସତୀଙ୍କ ଜନନୀ

ଅର୍ଘ୍ୟଥାଳ ଧରି ବାହାରି ପଡ଼ିଲେ ।9।


ତାଙ୍କୁଦେଖି କ୍ରୋଧ କମ୍ଫମାନ ହର

ଅଣ୍ଡ ଦେଖାଇ ପୂଜାକରିବାକୁ କହିଲେ

ଶାଶୁ ଅର୍ଘ୍ୟହସ୍ତେ ଈଶ୍ବରଙ୍କ ଲିଙ୍ଗକୁ

ଆଦରେ ବନ୍ଦାପନା କରି ପୂଜିଲେ ।10।


ତାପରେ ବୋଲିଲେ ବିଧାନେ ମୁଁ

ଅଟଇ ଯେ ଶାଶୁ ତୁମ୍ଭର

ଅଭିଶାପ ଦେଉଛି ତୁମ୍ଭକୁ ହର

ଲିଙ୍ଗରୁପେ ପୂଜା ପାଇବେ କଳିଯୁଗର ।11।


ସେହି ଦିନୁ ତୁମ୍ଭେ ନୀଳକଣ୍ଠ 

ଏକାମ୍ରକାନନେ ଲିଙ୍ଗରାଜ ନାମେ ବିଖ୍ୟାତ

ଦକ୍ଷ ଘରଣୀଙ୍କ ଶାପ୍ୟ ଫଳେ 

ହୋଇଛି ଏହା ଲିଙ୍ଗପୁରାଣରେ ବର୍ଣ୍ଣିତ ।12।

           


Rate this content
Log in

Similar oriya poem from Tragedy