STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ବିଲରେ ଝଡିଲା ଧାନ

ବିଲରେ ଝଡିଲା ଧାନ

1 min
9


ପ୍ରାଞ୍ଜଳ ବୁଝାଇ ଲେଖଇ ଦେବୁନି

ସାନଭାଇ ସାମ୍ବାଦିକ

ଖବରକୁ ତାର ଚାହିଁ ବସିଥାନ୍ତି

ଯେସନେ ଲୋକେ ଚାତକ ।

ଅତ୍ଯନ୍ତ ମେଳାପୀ ଉତ୍ସାହୀ ଯୁବକ

ଭାରି ସିଏ ମିଷ୍ଟଭାଷୀ

ଲାଗେନି ଅଧିକ ସମୟ ତାହାକୁ

ସହଜେ ପାରଇ ମିଶି ।

ବୁଢା ନଈକୂଳ ଉଆସାହି ପାଖେ

ଅଥବା ଖରସୁଆରେ

କେଉଁଠି ଦିଶିଲା ଯଦିବା କୁମ୍ଭୀର

କ୍ଯାମେରା ତା ଦୃଶ୍ଯ ତୋଳେ ।

ଉଠାଉଛି କିଏ ଅଘାଟରୁ ବାଲି

ଖାଦାନରୁ ମୋହରମ

ରାସ୍ତା ଖାଲଖମା ପୋଲେ ବାଲି ଜମା

ଖବରେ ତା ପାଏ ସ୍ଥାନ ।

ଲୋକଙ୍କ ସମସ୍ଯା ବୁଝାବୁଝି କରି

ସମ୍ବାଦ କରେ ସଂଗ୍ରହ 

ସୁପ୍ରୟାସେ ତାର ସ୍ଥାନୀୟ ଖବର

ହୁଅଇ ସରବରାହ ।

ଲାଗି ରହିଅଛି ଝଡି ଓ ବରଷା

ତିନି ଚାରି ଦିନ ହେଲା

ଝଡି ଯାଉଅଛି ବିଲରେ ଚାଷୀର

ବିହଳି ଧାନ ପାଚିଲା ।

କିଛି ବଡ ଚାଷୀ ହୋଇଣ ସତର୍କ

କାଟିଥିଲେ ମେସିନରେ

ଖୋଲି ନାହିଁ ମଣ୍ଡି ବିକିବାକୁ ବାଧ୍ଯ 

ଅଧାରୁ କମ ଦାମରେ ।

କହିଲେ ଅଧିକ ମିଲର ମାଲିକ

ହେଉଛନ୍ତି ଲାଲଲାଲ

କହନ୍ତି ନେବେନି ଭିଜିଥିବା ଧାନ

ସମସ୍ଯା ବଡ ଜଟିଳ ।

ଚାଲୁଥାଅ ତୁମ ସୁକର୍ତ୍ତବ୍ଯ କରି

ଭାଇ ଦେବେନ୍ଦ୍ର କୁମାର

ପ୍ରକୃତ ସମସ୍ଯା ହେଉ ପ୍ରକାଶିତ

ହୋଇବ ଜନ ମଙ୍ଗଳ ।

ସଜାଗ ହୋଇବେ ବିଭାଗୀୟ କର୍ମୀ

ଅଧିକାରୀ ସରକାର

ଗଢେ ଜନମତ ଅବଶ୍ଯ ସମ୍ବାଦ 

ମିଳେ ସମାଧାନ ସୂତ୍ର ।

     -----



Rate this content
Log in

Similar oriya poem from Tragedy