STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଭିନ୍ନ ଦୃଷ୍ଟିକୋଣ

ଭିନ୍ନ ଦୃଷ୍ଟିକୋଣ

1 min
337


ଟିଭି ଦେଖୁ ଦେଖୁ ଧାଡିଏ ଶୁଭିଲା

ଜେଜେମାର ପିଲାବେଳର ତାଗିଦ ପରି ଲାଗିଲା


କହି ଦେଉଥାଇ ପରକୁ

ସବୁ ଓଲଟପାଲଟ ହେବ ହିଁ ହେବ

ନିଜ କଥା ଆସିଲା ବେଳକୁ


ଦୀପ ତଳ ଅନ୍ଧାର

ନିଜ ସ୍ୱାର୍ଥକୁ ଜାଳିଦେଲେ ହିଁ

ଆଲୋକିତ ହେବ ଘର ପରିବାର


ଭାବନ୍ତି ସମସ୍ତେ

ଶାଶୁ ଦେହ ଖରାପ ହେଲେ

ବୋହୁ ସେବା କରିଲେ

ଘର ଟା ମନ୍ଦିର ପରି ବାସିବ

ଆଉ

ବୋହୁ ଦେହ ଖରାପ ହେଲେ

ତା ବାପ ଘରକୁ ପଠେଇ ଦେଲେ

ଘର ଟା ଶାନ୍ତିରେ ନିଶ୍ୱାସ ମାରିବ


ବିଚାରନ୍ତି ସର୍ବେ

ଝିଅ କଥା ମାନିଲେ ଜ୍ୱାଇଁ ସୁନା ପୁଅ

କେତେ ପ୍ରସଂସା ଆଦର

କେତେ ବ୍ୟବସ୍ଥା ଅଭ୍ୟର୍ଥନା ଉପଚାର

ଆଉ ନିଜ ପୁଅ ବୋହୁ କଥା ମାନିଲେ

ଥରେ ଦୁଇ ଥର ହଁ ରେ ହଁ ମିଶେଇଲେ

ଜାଣ କଥା ସରିଲା 

 ମାଇପ ସୋଆଗିଆ ମାଇଚିଆ

ଇତ୍ୟାଦି ନୂଆ ବିଶେଷଣରେ ହେବ

 ନିତି ପ୍ରଚାର ପ୍ରସାର


କହନ୍ତି ସଭିଏଁ

ପୁଅ ଚାକିରିରୁ ଫେରିଲେ ଟିଭି ଦେଖିବ

ଥକି ଯାଇଛି ବହୁତ

ଦେଶ ବିଦେଶର ଖବର ଉପରେ ରଖୁ ନଜର

ମୋବାଇଲରେ ଗପିବ ସାଙ୍ଗ ସହୋଦର

ବୋହୁ ଅଫିସରୁ ଫେରିଲେ ରୋଷେଇ ଘରେ

ପୁଣି କେଇ ଘଣ୍ଟା ଝାଳେଇବ



ନଣନ୍ଦ ଭାଉଜକୁ କହୁଥିବ

ମା'ର ସେବା ଶୁଶ୍ରୁଷା ଉପଦେଶ

ନିଜ ଘରେ ଶାଶୁ -ଶ୍ବଶୁରଙ୍କୁ ଗାଁରେ ଛାଡ଼ି

ସହରରେ ଏକା ରହୁଥିବ 

ପିଲାଙ୍କ ସ୍କୁଲଛୁଟିରେ ବି ଗାଁକୁ ଯିବାକୁ

ନାକ ଟେକୁଥିବ 

ଇତ୍ୟାଦି ଅନନ୍ୟ ଉଦାହରଣ ପରିବେଶ



କାହିଁକି ଏମିତି ଭିନ୍ନ ଦୃଷ୍ଟିକୋଣ

ଚିନ୍ତା ଚେତନାରେ ଏମିତି ଭାବନା ରହିଲେ

ଘର ପରିବାର ସମାଜର ହେବକି କଲ୍ୟାଣ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy