STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଉଚ୍ଚାରଣରେ ବେଶି

ଉଚ୍ଚାରଣରେ ବେଶି

1 min
250

ଯୁଦ୍ଧର ତାଣ୍ଡବ ଠେଲି

କୁହୁଡି ଆସ୍ତରଣ ପେଲି

ଶିତୁଆ ଶିହରଣ ମେଲି

ବୋଧେ ଅମୃତବେଳା ଆସିଛି 

ପଲ୍ଲୀରୁ କମ୍ ଦିଲ୍ଲୀରୁ ବେଶି

ନୂଆବର୍ଷ ମହମହ ବାସୁଛି


ଇତିହାସର ନୂଆ ପୃଷ୍ଠା ଓଲଟେଇ

ଅସୁମାରୀ ସ୍ପପ୍ନକୁ ପାପୁଲିରେ ଥୋଇ

 ଶୁଖିଲା ପତ୍ରକୁ ପାଦରେ ଆଡେଇ

ବୋଧେ ନୂଆ ସକାଳ ଆସିଛି

ଗରିବ ଘରେ କମ୍ ଧନୀ ଘରେ ବେଶି

ନୂଆବର୍ଷ ପାଳନ ହେଉଛି


ହୁଗୁଳା ସଂପର୍କରେ ନୂଆ ରଙ୍ଗବାସ ଲଗେଇ

ବିଭିନ୍ନତାରେ ଏକତାର ମହାମନ୍ତ୍ର ବୁଣିଦେଇ

ବସୁଧୈବ କୁଟୁମ୍ବକମ୍ ରଙ୍ଗୋଲି ବନେଇ

ବୋଧେ ଜାନୁୟାରୀ ଏକ ଆସିଛି

ଆଚରଣରେ କମ୍ ଉଚ୍ଚାରଣରେ ବେଶି

ନବବର୍ଷ ଧରାରେ ପାଦ ଥାପିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy