STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଶକ୍ତି ସଂରକ୍ଷଣ

ଶକ୍ତି ସଂରକ୍ଷଣ

1 min
368

ଦୁନିଆଁ ଯେତେ ଆଗ‌କୁ ଯାଏ

  ସେତେ ସମସ୍ୟା ଆସେ,

ସବୁ ସମସ୍ୟା ଭିତରେ ପୁଣି 

  ଶକ୍ତି ସମସ୍ୟା ଦିଶେ।

ଖଣିଜ ଶକ୍ତି ତାପଜ ଶକ୍ତି

   ସୌର ଶକତି‌ ଭଳି,

ବିଜୁଳି ଶକ୍ତି ବିନିମୟରେ

   ଫାଇଦା ମିଳେ ଭାରି।

ଆଲୋକ,ପରିଧାନ,ଗମନ

   ମନୋରଞ୍ଜନ ଆଦି,

ଯଥେଷ୍ଟ ମିଳି ନ ଥାନ୍ତା ଏହା

   ଶକ୍ତି ନ ଥାନ୍ତା‌ ଯଦି।

ଆଜି ଦିଶୁଛି ଶକ୍ତି ସଙ୍କଟ‌

   ଆଗକୁ ବଢିପାରେ,

ଏମିତି ଦିନ ଆସି ବି ପାରେ

   ଶକ୍ତି ମିଳି ନ ପାରେ।

ଜନ ସଂଖ୍ୟାର ଘୋଡା‌ ଦ‌ଉଡ‌

    ଶକ୍ତି ସଙ୍କଟ ପାଇଁ,

ପ୍ରତିବନ୍ଧକ ସାଜିଛି ଆଜି

    ମୂଳ କାରଣ ହୋଇ।

ପୁନଶ୍ଚ କଳକାରଖାନାର

    ବିପୁଳ ଅଗ୍ରଗତି,

ଶକ୍ତି ସଙ୍କଟ କାରଣ ହୋଇ 

    ମୁଣ୍ଡଟି‌ ଟେକିଅଛି।

ଶକ୍ତି ସଞ୍ଚିଲେ ସୃଷ୍ଟି ବଞ୍ଚିବ 

   ଶକ୍ତି ସଞ୍ଚୟ କର,

ଶକ୍ତିର ଅପଚୟ ହୋଇଲେ

   ସଂସାର ନାରଖାର।

ଆମ ଏ ସୃଷ୍ଟି ବିଚିତ୍ର ଅତି 

   ଈଶ୍ବର ଗଢିଛନ୍ତି,

ସୂର୍ଯ୍ୟଙ୍କ ଚତୁଃପାର୍ଶ୍ଵରେ ଶୂନ୍ଯେ

   ପୃଥିବୀ ଘୂରୁଅଛି।

ପୃଥିବୀ ଝୁଲେ ମହାକର୍ଷଣ

   ଶକ୍ତି ବଳରେ ବୋଲି,

ଜାଣିପାରିଲୁ ଆଶ୍ଚର୍ଯ୍ୟ ହେଲୁ

   ବିଜ୍ଞାନ ବହି ଖୋଲି।

ଅଛି ବି ମାଧ୍ୟାକର୍ଷଣ ଶକ୍ତି

   ଆମ ଏ ପୃଥିବୀର ,

ଯେଉଁଥିପାଇଁ ପ୍ରତ୍ୟେକ ବସ୍ତୁ 

   ପଡିଯାଉଛି ତଳ‌।

ସେପରି ସୌର,ତାପଜ ଆଉ

   ବିଜୁଳି ଶକ୍ତି ଅଛି,

ପୁଣି ଖଣିଜ ଶକ୍ତି ବି ଆମ

   ସେବାରେ ଲାଗିଅଛି‌।

ଖାଦ୍ୟ ପ୍ରସ୍ତୁତ ରୋଷେଇ ଗ୍ୟାସ

   ବାଷ୍ପିୟ ଶକ୍ତି ଯେଣୁ,

ଅନାବଶ୍ୟକ ଖର୍ଚ୍ଚ ନ କରି

   ସଞ୍ଚିବା ଭାଇ ତେଣୁ।

ସବୁ ଶକ୍ତିର ସଦୁପଯୋଗ 

    କରି ବଞ୍ଚିବା ଭଲ,

ନୋହିଲେ ପରମାଣୁ ଶକ୍ତି ବି

   ହୋଇପାରେ ସେ କାଳ।

ଶକ୍ତି କମିଲେ ଏ ଦେହ ଯେହ୍ନେ 

   ମୃତ୍ୟୁ ମୁଖରେ ପଡ଼େ,

ସେମିତି ଶକ୍ତି ବିହୁନେ ସୃଷ୍ଟି 

   ନଷ୍ଟ ବି ହୋଇପାରେ‌।

ବିଜୁଳି ଶକ୍ତି ବିନା କେ ଏଠି

   ଚଳିପାରିବ ଭାଇ,

ତେଣୁ ଶକ୍ତିକୁ କର ସଞ୍ଚୟ

   ନଷ୍ଟ କରନ୍ତୁ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy