STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଖଣ୍ଡିଆ ବିଡ଼ି

ଖଣ୍ଡିଆ ବିଡ଼ି

1 min
277

କବିତା - ଖଣ୍ଡିଆ ବିଡ଼ି

ରଚନା - ପଞ୍ଚାନନ ଜେନା

ତାରିଖ -୧୬-୧୨-୨୦୨୪


ଖଣ୍ଡିଆ ବିଡିଟା ଭୂଇଁରେ ପଡିଛି

ଧୂଆଁ ବାହାରୁଛି

ଅଧାଜଳା ବିଡିଟା ରୋଷିଛି 

ଯେମିତି ରାଗରେ ଫୋପଡ଼ା ଖାଇ

ସାପ ପରି ଫଁ ଫଁ ହେଉଛି


ଧାନ କାଟୁ କାଟୁ କ୍ଷେତରେ 

ବିଡ଼ା ଭାର ବହି କାନ୍ଧରେ

ଥକି ପଡ଼ିଛି କେହି

ବିଡି - ସଲାଇ ବାହାର କରିଛି ଶେଷରେ

ହିଡ଼ କଡ଼ରେ ବସି ପଡିଛି ପାଖରେ

ବିଡି ବାଣ୍ଡୁଳି ଶେଷ ସମ୍ବଳ

ବିଡ଼ି ଟାଣିବା ଅଭ୍ୟାସ ପ୍ରବଳ

ପୌଷରେ ହାଡ଼ ଭଙ୍ଗା ଶୀତ

ବିଡି ସହିତ ବସିଛି ମୀତ

ଦୁଇ ଚାରି ଥର ଟାଣିଦେଲେ

ହାଡ଼କୁ ଆସିଯିବ ଅଫୁରନ୍ତ ବଳ

ଦେହକୁ ଆସିଯିବ ଶକ୍ତିର ଖେଳ

ଦଶ ପନ୍ଦର ଘୁଣ୍ଟର ବିଡ଼ା

କେଇ ଭାଇରେ ପହଞ୍ଚିବ ଖଳା ସହଳ


ବୋଧେ ବିଡିର ଚେଙ୍କା ଲାଗିଛି

ରାଗରେ ତଡ଼ା ଖାଇ

ପଡିଛି ରାସ୍ତା କଡ଼ରେ

ଆଧାଜଳା ବିଡି 

ପାଦ ଦଳା ଖାଇ ବି

ଚପଲ ଚକଟା ପାଇ ବି

ସରିନି ତା ଆୟୁଷ

ଆହୁରି ଦୁଇ ଚାରିଟା ଟୁକୁରା କାଗଜ

ଶୁଖିଲା କାଠି କୁଟା ଜଳେଇ

ଶାନ୍ତି ପାଇବ ବୋଧେ

ପଣ କରିଛି ରାଣ ଖାଇଛି


ବୃନ୍ତଚ୍ୟୁତ ଫୁଲ ପରି

ମୁଁହ ଉଚ୍ଚିଷ୍ଟ ଛାର ଖଣ୍ଡିଆ ବିଡି

ବାଣ୍ଡୁଳି ଭିତରେ ଶୋଇଥାଏ ଶୁକୁମାରିଆ

ଥରେ ହେଲେ ନିଆଁ ମନସ୍କ 

ହାବୁକା ହାବୁକା ମେସିନ ଧୂଆଁ ପରି 

ନିଜେ ଜଳୁଥାଏ ଆଉ ଧୂଆଁ ଘନସ୍କ

ଆକାଶ ମୁହାଁ ହରବରିଆ ତରବରିଆ


ଅଦରକାରୀ ଖଣ୍ଡିଆ ବିଡି 

ରାସ୍ତା କଡ଼ରେ ଯାଉଛି ଗଡି

କହି ଯାଉଛି ଗହନ କଥା

କାହାରି ବହପ ରହିବ ନାହିଁ 

ଅଧର ଚୁମୁଥିଲା ସରାଗେ ପରାଗେ

ଅଭିବା ତଡ଼ା ଖାଇ ପଡିଛି କାନ୍ତାରେ

କାଲିର ରାଜେନ୍ଦ୍ରାସନ ନୁହଁ ଚିରସ୍ଥାୟୀ

ଅବିଳମ୍ବେ ଭାଙ୍ଗିଯିବ କୃତ୍ରିମ ମୀନାର

ଧୂଳି ଧୂସରୀତ ହେବ ଧୂମ କୁଣ୍ଡଳିତ ଫକୀର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy