STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବନ୍ଧ୍ୟାର ଆତ୍ମହତ୍ୟା

ବନ୍ଧ୍ୟାର ଆତ୍ମହତ୍ୟା

1 min
340

କବିତା - ବନ୍ଧ୍ୟାର ଆତ୍ମହତ୍ୟା

ରଚନା - ପଞ୍ଚାନନ ଜେନା

ତାରିଖ -୧୫-୧୨-୨୦୨୪


ମନରେ ଛୋଟମୋଟ ଭାବନା ତରଙ୍ଗ

ସାହସ ଯୁଟେଇ ପାରୁନି ପଚାରି ଦେବାକୁ

ମୁଁହ ଖୋଲି କହି ଦେବାକୁ

ଅନ୍ତର ବିଦାରି ଆଲୋଚନା କରିବାକୁ

ଖାଲି ସକସକ ଧକଧକ ଅସଂଖ୍ୟ ଉମଙ୍ଗ


 ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଛି ମାନେ

ଜୀବନ ସାଥି ପାଇଛି

ଯଜ୍ଞକୁଣ୍ଠ ଚାରିପାଖେ ସାତ ଫେରା ନେଇଛି ମାନେ

ସାତ ଜନମର ସାଥି ପାଇଛି

ସତରେ ମୋ ପାଇଁ ତମେ ପାଲଟି ଯାଇଛ

ତମେ ସ୍ଥାନିୟା ପ୍ରୀୟତମା

ସୁନାରଙ୍ଗୀଆ ବଧୂ ନିରୁପମା

କାନ୍ତ କୋମଳ କମନୀୟା ମନୋରମା


ଆଉ ସେହି ଆଦରଣୀୟା ତମେ

 ଯେବେ କଣ୍ଠା ଫଟେଇ

ପ୍ରଶ୍ନ ପରେ ପ୍ରଶ୍ନ ପଚାରିବ

ଯେବେ ସ୍ୱର ଲମ୍ଵେଇ ଲହରେଇ

କାରଣ ବାରଣ ବଖାଣି ଚାଲିବ

ଘରେ ପଶୁ ନ ପଶୁ ବସୁ ନ ବସୁ

ସମସ୍ୟା କହି ବସିବ

ପାଣି ଗିଳାସେ ମିଳୁ ନ ମିଳୁ

ଅସୁବିଧା ଗଣି କହିବ

ପୁଅ ମୋ କଥା ମାନୁନି

ଝିଅ ମୋ ମୁଣ୍ଡ ଖାଇଲାଣି

କାମ କରି କରି ଥକି ଗଲିଣି

ବିନା ଦରମାରେ ଚାକରାଣି

ଇତ୍ୟାଦି ଇତ୍ୟାଦି -----


ଭାବି ଦେଖ

ତମ ସ୍ଥାନୀୟା ସମ୍ମାନନୀୟା ଆସ୍ଥାନ

ଯଉଁ ହୃଦୟ ସିଂହାସନେ ବିରାଜମାନ

 ଟଳ ମଳ ହେବ ହିଁ ହେବ

ଭାଙ୍ଗି ରୁଜି ଚୁର୍ ମାର୍ ହେବ ହିଁ ହେବ

ତମେ ରୁ ତୁ ଅଚିରେ ହେବ

ତୁମେ ରୁ ବେ ଅତି ଶିଘ୍ର ହେବ

ହେବାକୁ କେତେ ବା ସମୟ ଲାଗିବ

ଖାଲି ଧୌଯ୍ୟର ଲକ୍ଷ୍ମଣରେଖା ଯାହା

ବାନ୍ଧି ରଖିଛି ବୋଲି ଚାଲିଛି ଜୀବନ


ମନରେ ଆଜନ୍ମ ସାଇତା ସପନ

ଯେମିତି କି

ଘରେ ପଶୁ ପଶୁ

ମୁରୁକି ହସରେ ସମ୍ଭାଷଣ

କୋଳେଇ କହିବ ମୁଁହ ଖୁଖିବାର କାରଣ

ଚିନ୍ତା କାହିଁ ପାଇଁ କରୁଛ ପ୍ରବଳ ବାରଣ

ଠାକୁର ଅଛନ୍ତି ପରା ଆମର କର୍ତ୍ତାତ୍ରାଣ

ହେଇ ନେଲ ଥଣ୍ଡା ପାଣି 

ପଣତରେ ପୋଛିଦେବ ଲଲାଟ ମୁହାଣ

କପାଳେ ଆଙ୍କିଦେବ ପ୍ରେମର ସୁକଲ୍ୟାଣ

କ୍ଳାନ୍ତି ଅବସାଦ ଆଉ ସବୁ ସମସ୍ୟାଗଣ

ଛୁ ମନ୍ତର ମାରିବେ ଅବଶ୍ୟ 

ଦିଶା ବଦଳେଇବେ ଅବଶ୍ୟ

କ୍ଷଣିକ ପାଇଁ ଜୀବନ ଲାଗିବ ଅମୃତ ପ୍ରମାଣ


ଫଳବତୀ ହେବନି ବୋଧେ ଏ ଜନମେ

ସାଇତା ସପନ ମୋର

ବନ୍ଧ୍ୟା ଦୋଷରେ ଆତ୍ମହତ୍ୟା କରିବ 

ପୁରୁଷର ପୌରୁଷ ଡୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy