STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସୃଷ୍ଟିର ଦୃଷ୍ଟି

ସୃଷ୍ଟିର ଦୃଷ୍ଟି

1 min
202

ସୃଷ୍ଟିର ଦୃଷ୍ଟିରେ

କୁଆଡ଼େ ପ୍ରେମ ହିଁ ଆରମ୍ଭ

କୁଆଡ଼େ ପ୍ରେମ ହିଁ ଶେଷ ବିପ୍ରଲମ୍ବ


ପ୍ରେମ ମାନେ ଖାଲି 

ଆଞ୍ଜୁଳା ଆଞ୍ଜୁଳା ଅର୍ପଣ

ଖାଲି ସର୍ତ୍ତହୀନ ସମର୍ପଣ


ସମର୍ପଣ ମାନେ

ଖାଲି ପ୍ରଶ୍ନହୀନ ଉତ୍ତରଣ

ଖାଲି ନିରୁତ୍ତର ସମୀକରଣ


ଆଉ ସବୁ ମାୟା ସଂସାର

ଆଉ ସବୁ ଅନ୍ଧ ଅନ୍ଧାର 

ଭିତରେ ଯାହା କହ ଦହ ବେସୁମାର 


ବୁଝି ପାରିଲେ ଜୀବନ ସ୍ୱର ଝଙ୍କାର

ବୁଝି ନ ବୁଝି ଘାଣ୍ଟି ହେଲେ

ପଙ୍କିଳ ପୂତିଗନ୍ଧମୟ ଅହଂକାର


ଶେଷରେ ସରିବ ଜୀବ ଶରୀର

ମୁଠାଏ ପାଉଁଶରେ ସମାପ୍ତ

ବାହୁବଳିର ଶେଷ ନିଃସ୍ଵାସର ଇସ୍ତାହାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy