STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ପ୍ରକୃତି

ପ୍ରକୃତି

1 min
303


ବିଚିତ୍ର ଅତି ଏଇ ପ୍ରକୃତି 

   ଅମୃତ ସତେ ସୃଷ୍ଟି,

ସ୍ଥାବର ଜଙ୍ଗମ କୀଟ ତରୁ

   ଲତାରେ ହସୁଅଛି‌।

ଗଛ ବଞ୍ଚିଲେ ପ୍ରକୃତି ହସେ

   ହସ‌ଇ ପରିବେଶ,

ବୃକ୍ଷକୁ ନଷ୍ଟ କଲେ ଅବଶ୍ୟ 

   ପ୍ରକୃତି ହୁଏ ଧ୍ଵଂସ।

ପ୍ରକୃତି ଭାବେ ମଣିଷ ବଞ୍ଚେ

   ପ୍ରକୃତି ଜୀବ ପ୍ରାଣ,

ଯେଉଁ ପ୍ରକୃତି ରକ୍ଷା କରୁଛି 

   ଦେଇ ତ ଅମ୍ଳଜାନ।

ଅନ୍ୟତ୍ର ଦେଖ ପ୍ରକୃତି ବଶ 

   ଏଇ ସମଗ୍ର ବିଶ୍ଵ,

ପାଞ୍ଚ ପଚିଶି ମନ ପ୍ରକୃତି 

   ମଣିଷ ହୃଦେ ବାସ।

ପ୍ରକୃତି ପୁରୁଷର ଏ ଖେଳ 

   ଲାଗିଛି ଶରୀରରେ,

ସେପରି ସ୍ରଷ୍ଟା ସୃଷ୍ଟି ପ୍ରକୃତି 

   ପ୍ରାଣୀ ନିମନ୍ତେ କଲେ।

କାହାର କେଉଁ ପ୍ରକୃତି ଏଠି

   କେ ଚଳେ କେଉଁମତେ,

ପ୍ରକୃତି ଛାଡି କେ ପ୍ରାଣ ଧରି

   ବଞ୍ଚିଛି ଏହି ମର୍ତ୍ତ୍ଯେ?

ସାଧୁ ପ୍ରକୃତି ସତ୍ୟ ବଞ୍ଚିଛି

  ଜୀବରେ ଦୟା ଭାବ,

ହିଂସ୍ର ପ୍ରକୃତି ଅନ୍ୟକୁ ମାରି

  ରକତ ପିଇଯିବ।

ମଦୁଆଟିର ପ୍ରକୃତି ମାତ୍ର

   ମଦ ଭାଟିକୁ‌ ଯିବ,

ସାଧୁଆଟିର‌ ପ୍ରକୃତି ସତ-

   ସଙ୍ଗ‌ ସେ କରୁଥିବ‌।

ପ୍ରକୃତି ଏଠି ଜୀବ ସ୍ଵଭାବ‌

   ପ୍ରକୃତି ଛାଡେ ନାହିଁ,

ପ୍ରକୃତି ନୈବ ମୁଚ୍ଯତେ ଯଦି

   ମୁଚ୍ଯତେ ସନୈ‌ ସନୈ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy