STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଆମ୍ବେଦକର

ଆମ୍ବେଦକର

1 min
303

ଭାରତ ମାତାର ସୁଯୋଗ୍ୟ ସନ୍ତାନ 

   ହେ ପ୍ରିୟ ଆମ୍ବେଦକର,

ତୁମେ ଚିରବନ୍ଦ୍ଯ ଆହେ ମହାମାନ୍ଯ 

   ଘେନ କୋଟି ନମସ୍କାର।

ଅଠରଶ ଏକାନବେ ମସିହାର

    ଚ‌ଉଦ ଏପ୍ରିଲ ଦିନ,

ସେ ଶୁଭବେଳାରେ ହେ ମହାନାୟକ

    ଇନ୍ଦୋରରେ ନେଲ ଜନ୍ମ।

ରାମଜୀ ମାଲୋଜୀ ସାକ୍‌ପଲ ବାପା

    ମାତା ତୁମ ଭୀମାବାଈ,

କୋଟିପୁଣ୍ୟବଳେ କୃତାର୍ଥ ହୋଇଲେ

    ତୁମକୁ‌ ସେ ଜନ୍ମ ଦେଇ।

କଲମ୍ବିଆ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ 

    ମେଧାବୀ ଛାତ୍ର ଯେ ଥିଲ,

ସ୍ଵକୃତୀତ୍ଵ ପାଇଁ ନୋବେଲ ପ୍ରାଇଜ୍‌

    ତୁମେ ମଧ୍ୟ ପାଇଥିଲ‌।

ସମାଜରେ ଥିବା ନାନା କୁସଂସ୍କାର, 

    ଅସ୍ପୃଶ୍ୟତା କଲ ଦୂର,

ପ୍ରତ୍ୟେକ ମଣିଷ ଜନ୍ମରୁ ପାଇବ

    ସ୍ଵାଧୀନତା ଅଧିକାର।

ଦେଶର ଆଇନ୍ ଦାୟୀତ୍ବ କାନ୍ଧେଇ

    ନାରୀର ସମ୍ମାନ ପାଇଁ,

ତେଣୁ ଦେଶବାସୀ ତୁମକୁ କେବେ ବି

    ଜୀବନେ ଭୁଲିବେ ନାହିଁ।

ବ୍ୟକ୍ତିର ମୌଳିକ ଅଧିକାରଟିକୁ

    ଆମହାତେ ଦେଇ ଗଲ,

ଭାରତୀୟ ସମ୍ବିଧାନର ଜନକ 

   ଯୁଗ ଯୁଗ ପାଇଁ ହେଲ‌।

ଭାରତ ରତ୍ନର ମର୍ଯ୍ୟାଦା ପାଇ‌ଲ

    ଅମରତ୍ଵ ଲାଭ କଲ,

ଉଣେଇଶ‌ ଛପନର ଡିସେମ୍ବର 

    ଛ‌ଅରେ ବାହୁଡ଼ି ଗଲ।

ଉଚ୍ଚନୀଚ ଭାବ ନାହିଁ ତୁମ ହୃଦ

    ତୁମେ ତ ଦେବ ପ୍ରତିମ,

ହୃଦୟ ଆସନେ ବସିଥାଅ ସଦା

    ତୁମକୁ କୋଟି ପ୍ରଣାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy