STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବାସେ ଆଇଗଣିଆ

ବାସେ ଆଇଗଣିଆ

1 min
217


ବାଃ ବାଃ ରେ ଦୁନିଆ

ପୁରୁଷ ପ୍ରଧାନ ସମାଜ ନାଁରେ

 ସବୁ ଦିଶେ ଗୋଳମାଳିଆ

ସବୁ ବାସେ ଆଇଗଣିଆ


ନାରୀ କରିଲେ ନାସିକା କୁଞ୍ଜନ

ତର୍କ ବିତର୍କରେ କଟୁ ଭର୍ତ୍ସନ କଡ଼ା ଶାସନ

ଆଉ ପୁରୁଷ ଜାଣିଶୁଣି କାଣ୍ଡ କରିଲେ

 ସବୁବେଳେ ମିଳେ କ୍ଷମାଦାନ 

ସ୍ଥାନ କାଳ ପାତ୍ରରେ ସାତଖୁଣ ମାଫ୍ 

ଭିନ୍ନ ଅଭିନ୍ନ ଛୁଙ୍କରେ ପୁଙ୍ଗବପଣ ଗାୟନ


ଯେମିତି

ପର୍ବ ପର୍ବାଣୀ ପାଳନ ବେଳେ

ନାରୀ ଯଦି ପର ପୁରୁଷ ସହ ହସିଦେଲା ମୁରୁକି

ବିବାହ ବ୍ରତ ଭୋଜି ବେଳେ

 କୂଳବଧୂ ବେଶି ମାତ୍ରାରେ ମିଶିଗଲା

ପୁରୁଷ ବନ୍ଧୁ ସହିତ ଜାଣି ଜାଣିକି

କଥା ସରିଲା ଜାଣ

କଣ୍ଟା ଫୋଡିଗଲା ସମାଜ ଆଖିରେ

ହଜାରେ ଲକ୍ଷେ କାହାଣ

ସେ ବେଶ୍ୟା ସେ କୁଳଟା 

ଆରମ୍ଭ ପୁରାଣ

ସମାଜ ଦୃଷ୍ଟିରେ ପରମ୍ପରା ନାମରେ

ସବୁ ଛକରେ ତୁଣ୍ଡ ବାଇଦର ଶ୍ରବଣ


ଯେମିତି

ପୁରୁଷ ବିବାହ କରିବା ପୂର୍ବରୁ କରିବ କେଳି

ପାଣି ଗ୍ରହଣ ପରେ ବି

ଆଠ ଦଶ ନାରୀ ସହିତ ସଂପର୍କ ମେଳି

ତଥାପି ମେଣ୍ଟୁ ନ ଥିବ କାମ ଚକୁଳି

ପଡ଼ୋଶୀ ଭାଉଜ ସହିତ

ଅନୈତିକ କାର୍ଯ୍ୟରେ ଲିପ୍ତ ବେଳେ

ଧରା ହେଲେ ବି

ବିଚରା ମହିଳା ପଡିବ ବଳି

ପୁରୁଷ କରିବ କେଳି

ନାରୀ ନାଁ ରେ ନାଲିସ ମେଳି


ସମାଜ କହିବ ତା ପାଖରେ କୃଷ୍ଣକଳା

ଗୋପାଙ୍ଗନା ଷୋଳ ସହସ୍ତ୍ର

 ଭଗବାନ ଶ୍ରୀକୃଷ୍ଣ ରଖିଥିଲେ 

କେଳି କରୁଥିଲେ କଦମ୍ବ ମୂଳରେ

ବହୁତ କମ୍ ଅଛନ୍ତି ୟା ପାଖରେ

ପୁଅ ପିଲା କି ଷଣ୍ଢ ପିଲା

ବୁଲିବୁଲି ଖାଇବ ମୁଁହ ମାରିବ

ନାରୀ ହିଁ କାଉଁରୀ 

ଲଗେଇ ଥିବ ଚଉଁରୀ ଭଉଁରୀ

ସବୁ ନାଟର ଗୁମର ବାରବୁଲି ନାଗରୀ

ଇତ୍ୟାଦି ଇତ୍ୟାଦି ସରିନାହିଁ ସୁସୁରି


ବାଃ ବାଃ ରେ ଦୁନିଆ

ଅଜବ ଦୁନିଆର ଗଜବ ସ୍ଲୋଗାନ

ମଥାତଳେ ପୋତାଧନ

ନାରୀ ଶଶକ୍ତିକରଣ ନାଁରେ

 ଖାଲି ମିଛ ପ୍ରହସନ

ମାଟି ଦଲକେଇ କେବଳ ତୁମ୍ଭି ତୋଫାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy