STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବ୍ୟଙ୍ଗ ପିଚ଼କାରୀ

ବ୍ୟଙ୍ଗ ପିଚ଼କାରୀ

1 min
289

ଶୋକରେ ହିଁ ସୁଖ

ଦୁଃଖରେ ହିଁ ସରଗ ସୁଖ

ଯନ୍ତ୍ରଣାରେ ହିଁ ଜାହ୍ନବୀ ପରି 

ବନବାସକୁ ସହି ପାରେ ଚରମ ସୁଖ

ଅକ୍ଳେଶରେ ପଢିପାରେ ପେଟର ଭୋକ

 ସ୍ନେହ ପଣତରେ ପୋଛିପାରେ କଷ୍ଟ କଣ୍ଟକ


କଷଣରେ ହିଁ କଲ୍ୟାଣୀ

ତ୍ୟାଗରେ ହିଁ ସୁଗୃହିଣୀ

ସେବାରେ ହିଁ ସେବିକାମଣୀ

ରୋଷେଇରେ ମା' ଅନ୍ନପୂର୍ଣ୍ଣା ସ୍ୱରୁପିଣି

ବୁଧବାର ରାତିରେ ଆଉ

ଗୁରୁବାରେ ଲାଗେ ଶ୍ରୀଲକ୍ଷ୍ମୀ ଠାକୁରାଣୀ


ରାଗରେ ହିଁ ନାରାୟଣୀ

ମା' ଦୁର୍ଗାପରି ସାଜି ପାରେ ସିଂହବାହିନୀ

ମା' ଲକ୍ଷ୍ମୀପରି ସାଜିପାରେ ସମାଜ ସୁଧାରୁଣୀ


ଲାଗୁଥିଲେ ଲାଗୁ

 ପୁରୁଣା କାଳିଆ ବ୍ୟବସ୍ଥା ତନ୍ତ୍ର

ଶୁଭୁଥିଲେ ଶୁଭୁ

 ପ୍ରାଚୀନ ସଭ୍ୟତାର ନାରୀ ମନ୍ତ୍ର


ଆଜି ପରିବର୍ତ୍ତିତ ଜୀବନ ସ୍ୱର ଝଙ୍କାର

ଝିଅ ବୋହୁ ମାନେ

 ଉଚ୍ଚ ଶିକ୍ଷିତା ହେଲେଣି 

ଚାକିରି ବାକିରୀ କଲେଣି

ଆକାଶରେ ଉଡିଲେଣୀ

ସେନାରେ ଭର୍ତ୍ତି ହେଲେଣି

ସବୁ କ୍ଷେତ୍ରରେ ପୁରୁଷ ସହ 

କାନ୍ଧରେ କାନ୍ଧ ମିଶେଇଲେଣି

କିନ୍ତୁ ଲାଗୁଛନ୍ତି ଉଗ୍ର ବ୍ୟଗ୍ର ଆଗୁସାର


ଆଧୁନିକତା ନାଁରେ 

ମହିଳା ସଶକ୍ତିକରଣ ନାଁରେ

ଟପି ଗଲେଣି ସବୁ ସିମାରେଖା 

ଲାଜ ସରମ ସବୁକୁ ଫିଙ୍ଗିଦେଇ ବଙ୍ଗୋପସାଗରେ

ସଭ୍ୟତା ସଂସ୍କୃତିରେ ପଶ୍ଚିମି ସଭ୍ୟତା

ଲଙ୍ଗଳା ପୁଙ୍ଗୁଳା ନାଚୁଛନ୍ତି ଥେଇ ଥେଇ

ଯାତ୍ରା ଅପେରା ରଙ୍ଗମଞ୍ଚରେ ନଗ୍ନତା

ମୁଖ ପୁସ୍ତିକାରେ ରିଲ୍‌ସ ଫଟୋ ରକମାରୀ

ସାମାଜିକ ଗଣମାଧ୍ୟମରେ ପୋଷ୍ଟ ଆହୁରି ଆହୁରି

ଦିନକୁ ଦିନ ଅପ୍ରୀତିକର ଅପ୍ରାସଙ୍ଗିକ

ହେଉଛି ଜନ ମାନସରେ ବ୍ୟଙ୍ଗ ପିଚକାରୀ


କହିବାର ଥିଲା 

ଘରର ଗେହ୍ଲୀ ଝିଅମାନେ

ଘରର କୂଳ ଭୁଆସୁଣିମାନେ

କଲ୍ୟାଣୀ ଅଛନ୍ତି ନା 

ହେଲେଣୀ ବିଲାତିଆଣୀ

ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ନା 

ସାଜିଲେଣୀ କଳା ନାଗୁଣୀ

ମା' ମମତାରେ ଭରା 

ତୁଠ ପଥର ଅଛନ୍ତି ନା 

ବନିଗଲେଣି ଛତରଖାଇ 

କୂଳ କୁଟୁମ୍ବ ନଷ୍ଟ କାରିଣୀ


ଚୁମ୍ବକରେ 

ହରି ନାମ ତୁଣ୍ଡରେ

କଳା କଉଶଳ ମୁଣ୍ଡରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy