ଶିଳାନ୍ୟାସ
ଶିଳାନ୍ୟାସ


କବିତା -ଶିଳାନ୍ୟାସ
ରଚନା - ପଞ୍ଚାନନ ଜେନା
ତାରିଖ -୧୬-୧୨-୨୦୨୪
ବିବାହିତ ସ୍ତ୍ରୀ ଘର ଛାଡି ପଳେଇବା
କୁନି ପୁଅ ଝିଅର ସ୍ନେହ ତ୍ୟଜି
କୂଳ କୁଟୁମ୍ବର ଲାଜ ଅପମାନ ବର୍ଜି
ପର ପୁରୁଷର ହାତ ଧରି ଫେରାର ହେବା
ଅନ୍ୟର ପ୍ରେମରେ ପଡିବା
ପରକୀୟା ପ୍ରୀତିରେ ବାୟା ହେବା
ଆଲୋଚନାର ବିଷୟବସ୍ତୁ ନିଶ୍ଚୟ
କାହିଁକି କାହିଁକି କାହିଁକି ???
ସବୁ ଗାଁ ସହରେ ଦେହସୁହା ହେଲାଣି
ଖବରକାଗଜ ପୃଷ୍ଠାରେ ପ୍ରକାଶିତ
ଦୂରଦର୍ଶନ ପରଦାରେ ଦର୍ଶିତ
ସାମାଜିକ ଗଣମାଧ୍ୟମରେ ବିତର୍କିତ
ମୁଖପୁସ୍ତିକାରେ ଚିତ୍ରିତ ଆତଯାତ
ଦାଣ୍ଡରେ ପଡି ହାଟରେ ଗଡିଲାଣି
ସର୍ବଜନ ବିଦିତ ଚର୍ବିତ ବିଷ୍ଫାରିତ
କେବଳ ଆଲୋଚନାରେ ସିମୀତ
କାହିଁକି କାହିଁକି କାହିଁକି ???
ମନରେ ସ୍ବତଃ ପ୍ରଶ୍ନ ଉଙ୍କିମାରେ
ମହିଳା ନ ଥିଲା ଚରିତ୍ରହୀନା
ଉଚ୍ଚ ଶିକ୍ଷିତା ସ୍ଵାବଲମ୍ବୀ ଥିଲା ସ୍ୱାଧୀନା
ଧନ ସମ୍ପଦରେ କୌଣସି ଅଭାବ
ପଦ ପଦବୀରେ ଭୂଷିତ ବିଭବ
ପିଲା ଛୁଆରେ ଘରେ ସୁନ୍ଦର ସଂସାର
ଗହଳି ଚହଳି ଭିତରେ ଅତୁଲ୍ୟ ପରିବାର
ସବୁ ଥାଇ ବି ଥିଲା ଖାଲିପଣ
ନିଜର ଆପଣାର କେହି ନଥିଲେ
ବିଶାଳ ଦୁଇ ତାଲା ଘରେ ବନ୍ଦୀ ଜୀବନ
କେବଳ ଆଦେଶ ପାଳନ ପାଇଁ
ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ ପରସିବା ପାଇଁ
ସେ କେବଳ ଜଣେ ମାଧ୍ୟମ
ସେ କେବଳ ଜଣେ ଦାସୀ
ସେ କେବ
ଳ ଜଣେ ଗୃହିଣୀ
ହସି ପଦେ କହିବାକୁ ନଥିଲେ ଏଠି
ପାଖେ ବସି ଚୁମୁଟି ବାକୁ ନଥିଲେ ଏକାଠି
ଆକଟ କରିବାକୁ କୋଳେଇ
ପ୍ରକଟ କରିବାକୁ ଜଡେଇ
ଶୂନ୍ୟ ହାହାକାର ଅତ୍ର ତତ୍ର ସବୁଠି
ପେଟ ସିନା ପୁରୁଥିଲା
ମନରେ ଶୂନ୍ୟତାର ଚକ୍ରବାଳ
ତନୁ ସିନା ଢ଼ାଙ୍କୁଥିଲା
ସ୍ନେହରେ ଅନ୍ଧକାର ଟଳମଳ
ଯେବେ ତାକୁ କେହି ଜଣେ ମିଳିଗଲା
ପୂର୍ଣ୍ଣ ସମର୍ପିତ ଭାବର ପୁରୁଷ
ସବୁ ତ୍ୟାଗି ଧାଇଁଗଲା ଛାଡିଦେଇ
ଘର ସଂସାର ଆରାମ ଆୟୁଷ
ଲାଜ ସରମ ଗାଳି କଳୁଷ ଚଳୁ କରିଦେଲା
ଡେଇଁ ଗଲା ଲକ୍ଷ୍ମଣରେଖା
ଦେହର ଭୋକ ପାଇଁ ମନର ମଣିଷ ସାଥେ
ରଚିବାକୁ ଭିନ୍ନଏକ ସିମାରେଖା
ଦାୟୀ କାହାକୁ କରିବା
ଜଳ ଜଳ ଦିଶୁଛି
କହିଲେ କୂଳ କୁଟୁମୂକୁ ଲାଜ
ଭାଗ୍ୟଲେଖା ଫଳିଛି
ଭାବି ବସିଲେ
ମହିଳା ସଶକ୍ତିକରଣରେ ଡେଣା ଲାଗିଛି
ମନ ତଳେ ଉଦ୍ମମ ଅୟୁତ ନିୟୁତ
ଇଚ୍ଛାମାନେ କବର ନେବେନି ଆଉ
ଅବଳା ଦୁର୍ବଳା ନିର୍ବଳା ମହିଳା
ଆଜି ସବଳା ଚଞ୍ଚଳା ସାଜିଛି
ନିଜେ ନିଜ ପାଇଁ ନିଷ୍ପତ୍ତି କରି ପାରିଛି
ଭୂଲ ଠିକ୍ ଭାବିବାକୁ ବେଳ କାହିଁ
ଭୂଲ ଯିଏ ଭାବୁଛି ଢୁ
ହୃଦୟ ବଲ୍ଲଭ ପାଇଁ ହୃଦୟ ଦେଇ
ଫଇସଲା କରିଛି
ଆଉ ପଳେଇ ଯାଇ ଅମଳ ବି କରିଛି
ଶତାବ୍ଦୀର ଯତୁଗୃହ ଭାଙ୍ଗି
ସମ୍ପୂର୍ଣ୍ଣ ନୂଆ ନାରୀ ମହଲର ଶିଳାନ୍ୟାସ ଦେଇଛି