STORYMIRROR

Biswanath Nayak

Abstract Crime

3  

Biswanath Nayak

Abstract Crime

ସାକ୍ଷୀ

ସାକ୍ଷୀ

1 min
341


ଭୁଲ୍ କରିବାକୁ ହେଲେ

ମନ ଖୋଜେ ରଜନୀର

ଘନ ଅନ୍ଧକାର। 

ଜଙ୍ଗଲର ନିର୍ଜନତା

ପାହାଡ଼ର ଦୁର୍ଗମ କନ୍ଦର।  

ଯେଉଁଠି କେହି ନଥିବେ

କିଛି ଦେଖିବାକୁ,

ସେ ଅନ୍ୟାୟ ବିରୁଦ୍ଧରେ

ସ୍ଵର ତୋଳିବାକୁ,

ବିଚାରାଳୟକୁ ଯାଇ

ସେହି ଭୁଲ୍ ବିରୁଦ୍ଧରେ

ସାକ୍ଷୀ ଆଉ ପ୍ରମାଣ ଦେବାକୁ। 

ସତ୍ୟର ଝଣ୍ଡା ଧରି

ଧାଉଁଥିବା ଲୋକଟାର

ଗଳାଟାକୁ ଚିପିବାର ବିଫଳ ପ୍ରୟାସ। 

ତାପରେ ପୈଶାଚିକ ଆତ୍ମତୃପ୍ତି,

କେହି କିଛି ଦେଖିନାହିଁ

କେହି ସାକ୍ଷୀ ନାହିଁ।  

ନିଜ ସାଥେ ଏତେ ଧୋକା

ଏତେ ପ୍ରତାରଣା !

ନିଜେ ସେ ଭୁଲ୍ କାମର

ବଡ ସାକ୍ଷୀ ହୋଇ

କିପରି କହୁଛ କେହି ସାକ୍ଷୀ ନାହିଁ ବୋଲି?

ସାରା ଦୁନିଆ ଆଗରେ ମୁଖାପିନ୍ଧି

ସାଜ ତୁମେ ଯେତେ ସାଧୁସନ୍ଥ

ବିବେକ ଅଦାଲତରେ

ବିଚାର ଚାଲିଲେ,

ପ୍ରତି ମୁହୂର୍ତ୍ତରେ ତୁମେ

କାଠଗଡା ମଧ୍ୟେ ରହି

ନିଜେ ଗଳା ଫଟାଇ କହିବ

ସେହି ଅପରାଧଟିର

ତୁମେ ଅଟ ଏକମାତ୍ର ସାକ୍ଷୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract