STORYMIRROR

Sunanda Mohanty

Horror Crime Thriller

4  

Sunanda Mohanty

Horror Crime Thriller

ଛାଡ଼ଖାଇ

ଛାଡ଼ଖାଇ

1 min
6


ଛେଳି ଛୁଆଟିକି ଦେଖ 

ଟିକି ଝିଅ କରିଛି କାଖ 

ଛାଡ଼ଖାଇରେ ଛେଳିର ବଳି 

ନଦେବାକୁ ଝିଅର ଅଳି

 ନଖାଉ ପଛେ ପୁଷି ମାଉସୀ 

ଯାଉ ପଛେ ବିଲ୍ଲିଟା ରୁଷି 

ବିଲ୍ଲି ଖାଉ କ୍ଷୀର ଭାତ 

ନହେଲେ ହେଉ ବୈଷ୍ଣବ ସେତ 

କାହାର କଣ ଯାଏ 

ପେଟକୁ ମୁଠେ ଦାନା 

ଦେହକୁ ଖଣ୍ଡେ କନା 

ହୋଇଗଲେ ଯାଏ 

ବିଲ୍ଲି ଫୁଲେଇ କେତେ ହୁଏ 

ମାଲିକାଣୀଟା ଉଦାର ଦେଖି 

ଘର ଦ୍ୱାରେ ଡେଉଁଛି ସତେକି ସଖି 

ହସୁଛି ଝିଅ ଦେଖି ବିଲ୍ଲୀର ଢଙ୍ଗ ବାଗ 

ମାଲିକାଣୀ ତା ସହେ 

ଜଗନ୍ନାଥଙ୍କୁ କଣ ବସି ବିଲ୍ଲି କହେ 

ଜଗନ୍ନାଥଙ୍କୁ କହିବ କଣ 

ଜାଣନ୍ତି ସବୁ ସିଏ 

ଶୀତ ଦାଉରେ ବିଲ୍ଲି ତା ନିଜ ଭାଉରେ 

ପ୍ରଭୁଙ୍କ ଫୋଟୋରେ ଦେହଟା ଘଷି ଦିଏ 

ମାଲିକାଣୀ ତା କହେ 

ମୋ ପ୍ରଭୁଙ୍କ ଦେହେ ହଉଛୁ ଘଷି 

ଲାଗୁଛି ତତେ ଭାରି ଖୁସି 

ନାହିଁ ଆମିଷ ମୋ ଘରେ ଛାଡ଼ଖାଇରେ 

ବିଲ୍ଲି ରୁଷିକି ଶୁଏ 

ଟିକି ଝିଅଟା ଛେଳି ଛୁଆ କାନରେ 

ମନ କଥା ତା କହେ 

ଶୁଖୁଆ ଖାଇଲେ ଭକୁଆ ହେବୁରେ ବିଲ୍ଲି 

ଦେଖୁନୁ ଛେଳିଟି ଘାସ ଖାଏ 

ନିରୀହ ଜୀବ ମାରି ଖାଇଲେ 

ପାପ ଯାହା ହୁଏ 

ପୁଣ୍ୟ କାର୍ତ୍ତିକ ମାସ କରିକି 

ଛାଡ଼ଖାଇରେ 

ଦୋଷ ମୁଣ୍ଡେଇବ କିଏ 

ସଭିଏଁ ମିଳି ରହିବା ଛେଳି 

ଟିକି ଝିଅ କାନରେ କହେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror