STORYMIRROR

ଅଶୋକ କୁମାର ମହାନ୍ତ l

Abstract Classics Crime

4  

ଅଶୋକ କୁମାର ମହାନ୍ତ l

Abstract Classics Crime

କାଳ ଦଣ୍ଡ

କାଳ ଦଣ୍ଡ

1 min
155


ଦଣ୍ଡରେ ଦଣ୍ଡିବି ନାହିଁ 

ମଣ୍ଡରେ ମଣ୍ଡିବ ନାହିଁ

ହୃଦୟେ ତାଡ଼ିବି ସେଇ ଚରଣ ତଳେ ll 

ନୟନେ ନଚାହିଁବି

ହୃଦୟ ନଖୋଲିବି

କେମନ୍ତ ଖୋଲିବୁ କହ କଳା ଠାକୁରେ ll 

କରମୁଁ ନଖୋଲିବି

ଚରଣେ ନଟଳିବି 

ହୃଦୟ କନ୍ଦରେତୁ ବିରାଜ ଥରେ ll 

ଦେଖ ଥରେ ମୋ ଅନ୍ତର

କର୍ଦମେ ସଢେ ଭିତର

ପରପଞ୍ଚେ ନ ପାଞ୍ଚେ ନିଜ ଅନ୍ତରେ ll 

କଳାତୁ ସର୍ବାଙ୍ଗ କଳା 

କଳାରେ ବଳା ଅବଳା 

ତୋ କଳା ରଖ୍ ତୁ ଆଜି ତୋର ପାଖରେ ll 

ହୃଦୟ ବିଦାରିଲୁ 

ସଂସାରେ ନିଖେପିଲୁ

ଯାତନା ଦେଇ ରଖିଲୁ ସଂସାର ତୀରେ ll 

ସୁଦର୍ଶନ କରେ ଧରି

ବୋଲାଉ ସଂସାରେ ହରି

କେମନ୍ତ ହରିବୁ ମୁଁ ବସିଛି ପାରେ ll 

ଧନ ଅର୍ଥ ଲୋଡା ନାହିଁ

ଜୀବନ ଲୋଡୁଛି ମୁହିଁ 

ଯଦ୍ୟପି ନପାରିବୁ କହତୁ ଥରେ ll

ବୋଲାଉ କରୁଣା ସିନ୍ଧୁ 

ନଲୋଡିବି ତୋର ସିନ୍ଧୁ

ସିନ୍ଧୁର ମାଦକତା ରଖ ପାଖରେ ll

ତୁ ଜାଣୁ ମୋର ଅନ୍ତର 

ନ ଲୋଡ଼େ ତୋର ସଂସାର 

ମୋ ସଂସାରେ ଛାଡ଼ି ମୋତେ ରହ ସୁଖରେ ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract