ଯାଜ୍ଞସେନୀର ବିଳାପ
ଯାଜ୍ଞସେନୀର ବିଳାପ
ଆଦ୍ୟ ଠାରୁ ତୁହି ଖେଳିଲୁ
ରାଜନୀତି ର ଖେଳ
ବିଶ୍ଵ ବ୍ରହ୍ମାଣ୍ଡରେ ଅଦିତ୍ୟ
ହୋଇ ରଖିଲୁ ଭାର l
ଅନ୍ୟର ଦୋଷ କୁ ଦେଖିଲୁ
ଆପଣା କୁ ଲୁଚାଇ
କେଅବା ଅଛି ଏ ଜଗତେ
ତୋ ଠୁ ଅଧିକ ବଳି l
ଭାଇ ଭାଇ ମଧ୍ୟେ ଛନ୍ଦିଲୁ
ବଡ଼ କପଟ ପୋଷା
ବଂଶ ନାଶ କରି ଚଳିଲୁ
ଦେଇ ନାନା ତିତିକ୍ଷା l
ପାଶୋରି ଗଲୁତୁ ଶପଥ
କରିଥିଲୁ ତୁ ଦିନେ
ମୋହ ଠାରୁ ବୀର ଅଛିସେ
ଏହି ଧରା ପ୍ରାଙ୍ଗଣେ l
ଦ୍ରୁପଦ କନ୍ୟାକୁ ମଧ୍ୟସ୍ଥି
ତୁ କାହିଁକି କଲୁ
ମନ ପଦ୍ମବନକୁ ତାର
ଅଗ୍ନି ନିକ୍ଷେପ କଲୁ l
ଯଜ୍ଞରୁ ଜାତସେ ବୋଲି ତୁ
କାଷ୍ଠ କଣ୍ଢେଇ କଲୁ
ଆଖିପଲକରେ ତାକୁ ତୁ
ଦିବା ରାତ୍ର ଖେଳିଲୁ l
ଦ୍ରୁପଦ ରାଜାଙ୍କ ଜ୍ବାଇଁ ତୁ
ଯଦି ହେବାର ଇଚ୍ଛା
କିପାଇଁ ଫେରାଇ ଦେଲୁତୁ
ତାଙ୍କ କ୍ଷୁଦ୍ର ପ୍ରତୀକ୍ଷା l
ସ୍ଵୟମ୍ବର କରି ତାକୁ ତୁ
ଯୋଗ୍ୟ ପତୀଟେ ଦେଲୁ
ଗୃହ ପ୍ରବେଶର ମାତ୍ରକେ
ପାଞ୍ଚ ଭାଗତୁ କଲୁ l
ସତ୍ୟ ପରାୟଣ ଯୁଝେଷ୍ଠି
ମାନ ରଖିବା ପାଇଁ
ଆପଣାକୁ ଦେଲା ସମର୍ପି
ପାଞ୍ଚ ଭାଇଙ୍କ ପାଇଁ l
ଏତିକିରେ ମନ ନଅଣ୍ଟେ
ଧୈର୍ଯ୍ୟ ଦେଖିବା ପାଇଁ
କୁରୁସଭା ପ୍ରାଙ୍ଗଣରେ ତୁ
ଦେଲୁ ଭାଗ ବସାଇ l
ପ୍ରତି ବିପଦର ପଛରେ
ରହି ଅଛି ତୋ କର
ଉଦ୍ଧାର କେମନ୍ତ କରିବୁ
ସେଥିରେ ତୁ ଶ୍ରୀଧର l
କୁରୁ ବଂଶକୁ ତୁ ନାଶିଲୁ
ମାମୁଁ ଶକୁନି ସଙ୍ଗେ
କେତେ ବୀରକୁ ତୁ ବଧିଲୁ
ତୋର ରାଜନୀତିରେ l
ସବୁ କଷ୍ଟ ଦେଇ ତାକୁ ତୁ
ସଜେଇଲୁ ପାଷାଣି
ସ୍ଵର୍ଗ ଦ୍ୱାର ପଥ ଦେଖାଇ
ନିମ୍ନେ ଦେଲୁତୁ ହାଣି l
ଆଜୀବନ ଯାହା ସଂଗତେ
ଭ୍ରମି କାଟିଲା ଦିନ
ସ୍ଵର୍ଗ ଦ୍ୱାରେ ପୁଣି ସେ ପତୀ
ମୁଖ କଲା ମଳିନ l
ଧରା ପୃଷ୍ଠେ ତୁହି କାହିଁକି
ଏହି ପରୀକ୍ଷା ନେଉ
ଦୁଃଖ ଢାଳିଦେଇ ପଛରୁ
ଧର୍ଯ୍ୟ ଶକ୍ତିତୁ ଦେଉ l
କହିବା ଲୋକ ଙ୍କ ମୁଖକୁ
ତୁହି ସର୍ବଦା ଖୋଲୁ
ସହିବା ଲୋକଙ୍କ ମନକୁ
ପାଷାଣରେ ତଳାଉ l
ସବୁ ଧର୍ଯ୍ୟ ଦେଇ ଯଦିତୁ
ତାକୁ ପୃଷ୍ଠେ ରଖିଛୁ
ପଶ୍ଚରୁ କାହିଁକି ଏମନ୍ତ
ତୁହାଇ ତୁ ମାରୁଛୁ l
ଏ ଅଧମ କିଛି ନଜାଣେ
ରଚିବାକୁ ତୋ ଲୀଳା
ଯେତେ ଦିନ ପୃଷ୍ଠେ ରହିବି
ମୋତେ ଦେ ଯନ୍ତ୍ରଣା l
ଏତିକି ବିନତି କରୁଛି
ପ୍ରଭୁ ତୋ ପାଦ ତଳେ
ଏ ଭବ ସଂସାର ବନ୍ଧନ
ଚ୍ଛିନ୍ନ କର ତୁ ତୀରେ l

