STORYMIRROR

ଅଶୋକ କୁମାର ମହାନ୍ତ l

Abstract Romance

4  

ଅଶୋକ କୁମାର ମହାନ୍ତ l

Abstract Romance

ବିରହ

ବିରହ

2 mins
354

ଏ ଜୀବନ ଥିଲା ଶୁଷ୍କ ତରୁ ତୁଲ

ସଂଜୀବନୀ ହୋଇ ସିଂଚିଲ

କେତେ ଦୂରେ ପ୍ରିୟା 

ରହି ଯାଉଛ ଗୋ 

ପ୍ରକାଶୀ ନପାରେ ମେଦୁର ll


ଦିବା ରାତ୍ର ନିଶି ପ୍ରହର ଯେ ଚାରି

ସ୍ମରୁଥାଇ ନୀତି ତୁମ୍ଭକୁ

ଏକରୁ ଅନେକ

ଅନେକରୁ ଏକ

ପଦ ପଡୁଥାଏ  ଲେଉଟି ll


ସୁଧାକର କରେ ନୋହେ ଉପଶମ

ହୃଦେ ଉଦେ ଆବିଳତା

ପ୍ରଦ୍ୟୁଷର କାଳେ

ନମିଳେ ଯେ ଆଉ

ହୃଦୟର ବାଆ ରତା  ll


ହେମନ୍ତ ଘେନେ ଯେ ମୁକ୍ତାର ପରଶ

 ପଦ୍ମବନ ନାଶ ଯାଏ

ସେପରି ହୃଦୟେ 

ଭାବର ମିଲନେ

ଉଦର ମୋ ଭରିଯାଏ  ll


ଦକ୍ଷିଣାୟନ ଦିବାକର  ଆଜ 

 କରେ ସ୍ମିତହାସ୍ୟ  ଦିଏ

ତାଆର କଟାକ୍ଷ 

ହୃଦୟକୁ ମୋର

କ୍ଷତାକ୍ତ ଯେ କରିଦିଏ ll


ପିକରବ ଆଜି କାକ ସ୍ଵରଲାଗେ

ସୁନ୍ଦର ବି ଅସୁନ୍ଦର

ପଳାଶର ଶୋଭା

ନୋହେ ମନଲୋଭା

ଥିଲେଯେ ରକ୍ତିମର ଆଭା ll 


ପାଇ ମୁ ନପାଏ ନପାଇଯେ ପାଏ

ସେଥିରେ ନୋହେ ଆନନ୍ଦ

ଚାଲି ଆସ ପ୍ରିୟା

ଚାଲିଆସ ତମେ

ହୃଦୟେ ନୟେ ପ୍ରମାଦ ll


ଗୋଧୂଳି ସମୟେ ଦୃଶ୍ୟ ଅଦୃଶ୍ୟ ଯେ

ଅଦୃଶ୍ୟ ବି ଦୃଶ୍ୟ ମାନ

ସେପରି ହୃଦୟେ

ମୋହର ତୁମେଗୋ

ହୋଇ ଅଛ ଦୃଶ୍ୟମାନ ll


ପଥପ୍ରାନ୍ତ ଆଜି ଏକା ଲାଗେ ପ୍ରିୟା

ଚତୁଃପାର୍ଶ୍ୱେ ତମ ଧ୍ଵନି

ଗୁଂଜୁରିତ ହୋଇ

ଗାଉଥାଏ ମୁହିଁ

ବସନ୍ତେ ପିକର ମୋହିନୀ ll


ଆଖିର ପଲକ ପଡ଼ି ନପଡ଼ଇ

ତୁମେ ଖାଲି ଦୃଶ୍ୟମାନ

ଅନ୍ତରେ ଅଛକି

ବାହାରେ ଅଛଗୋ

ନଜାଣଇ  ମୋର ମନ ll


ମୋହୃଦ ବାରତା ଛୁଇଁ ପାରିବକି

ତମ ହୃଦୟ ପିଞ୍ଜରା

ନଜାଣଇ ମୂଢ

ନଜାଣଇ କିଛି

ହୃଦହୁଏ ଧଡ ଧଡ ll 


              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract