କ୍ଷତାକ୍ତ ଏପଥ
କ୍ଷତାକ୍ତ ଏପଥ
କେବେ ତମେ ଦେଖୁଥାଅ
ଫାଙ୍କା ଝରକାରେ
କ୍ଷୁଦ୍ର ପ୍ରତୀକ୍ଷା ଓ
ଅନ୍ତର ତୀତିକ୍ଷା ରେ l
କେବେ ମୋତେ ମନ୍ଥିବାକୁ ହୁଏ
ସେହି ଚାହାଣି ଛଟାର
ନୟନ ବାରିଧି ଓ
Lipstick ରଙ୍ଗରେ l
ବେହିସାବେ ଗଣୁଥାଏ ତବ
ଆସିବା ଦିବସ
କେବେ ଅପରୂପ
ଆଉକେବେ ବିଗ୍ରହ ପାର୍ଥିବ l
ପ୍ରକୃତିର ବକ୍ଷେ ଖୋଜେ
ଆଶାର ଅମରା ଟିଏ
ପୁଣିସେ ଲିଭିଯାଏ
କ୍ଷଣିକ ପ୍ରତୀକ୍ଷା ରେ l
ଏ ଜୀବନ ଲାଗେ ମୋତେ
ପିଚୁରାସ୍ତା ବାଲି ଓ
ଧୂଳି ଧୂସରିତ
ଅପୂର୍ବ ସୈକତ ନୈସର୍ଗିକ ଚାଲି l
ଜୀବନେ ମୋ ଧରିନେଲି
ମଶାଣି ତୁଳସୀର ଫୁଲ
ଯେ କେବେ କାହାର
ହୋଇଛି ନା ହେବ l
ମଶାଣି ପାଉଁଶ ଖାସ୍ ଲାଗେ
ତବ ଠାରୁ ମୋତେ
ଯେମିତି ସେ ଲୋଟିଥାଏ
ଏଧରାର ପୃଷ୍ଠେ l
ବାରମ୍ବାର ଦେଖେ ସେହି
ପ୍ରକୃତିର ବକ୍ଷ
ଯେଉଁଠାରେ ଥାଏ ଖାଲି
ପର୍ବତ ଓ ବୃକ୍ଷ l
ଜୀବନମୋ ମରୁଭୂମି
ନାହିଁ ଏଠି ଓଟ
ଅଛି ସିନା ଖାଦ୍ୟପେୟ
ନାହିଁ ଝଡ କ୍ଷୟ l
ଉପଲବ୍ଧି କରେନାହିଁ
ସେ ବାରି ରୁଧିର
ଜୀବନ ମୋ କଣ୍ଟକିତ
ପ୍ରକୃତି ଠୁ କ୍ଷୟ l
ଭଙ୍ଗା ନାବେ ବସିଯଦି
ଉଲ୍ଲାସେ ଉନ୍ମାଦେ
ତେବେ ବୃଥା ଖାଲି ବୃଥା
ଏ ଜୀବନ ପ୍ରମାଦେ l
ସୁଖ ଏଠି କଣ୍ଟକିତ
ଧସ୍ତ ଓ ବିଧ୍ବସ୍ତିତ
ଯେପରି ଅଘୋରୀ ବିଭୂତି
ବୋଳିବାରେ ବ୍ୟସ୍ତ l
ଜୀବନର ମାପକାଠି
ହଜାଇ ଚାଲିଛି
ରୋକିବାକୁ ନାହିଁ ଏଠି
ହୃଦୟ ଜଳୁଛି l
ହୃଦୟ ବିଦାରିତ ଦେଖି
ପ୍ରକୃତି ର ଶୋଭା
ଉଦ୍ଦେଶ୍ୟ ସାଧିତ ପାଇଁ ବ୍ୟକ୍ତି
ନକରେ କି ଅବା l