STORYMIRROR

ଅଶୋକ କୁମାର ମହାନ୍ତ l

Children Stories Horror Inspirational

3  

ଅଶୋକ କୁମାର ମହାନ୍ତ l

Children Stories Horror Inspirational

ବାପା

ବାପା

1 min
370

ନିଛାଟିଆ ଅନ୍ଧାରରେ ଆଜିମଧ୍ୟ

ଖୋଜିବୁଲେ

ତମ ସ୍ମୃତି ଆଉ

କଷଟିର ଧାରା l


ଦିକ୍ ଦିକ୍ ଜାଳିବାକୁ ଇଛାହୁଏ

ସେହି ଜୁଇ ଆଉ

କୁଢ଼ କୁଢ଼ ମଶାଣିର

ନିଆଁ ।


ଆଜି ମଧ୍ୟ ଅନ୍ଧପରି ଖୋଜିବୁଲେ

ମଶାଣି କୂଳରେ

ଟିକିଏ ପ୍ରତିଶ୍ରୁତି

ଆଉ ରାହା I


କ'ଣ ଦେଇପାରିବ ସେଇ

ଅଧୁରା ସ୍ମୃତିର

ପରସ

ପୁଣି ବେଦନାର ତ୍ରାହା l


ଯଦି ଥିଲା ଚାଲିଯିବାକୁ ସଉକ୍

କାହିଁ ମୋତେ

ସଂସାରେ ଗଢ଼ିଲ

ମିଛ ବନ୍ଧନ ଦେଇ l


ଉଠିବାକୁ ଇଚ୍ଛା ହେଲେ

ଭାଙ୍ଗିବା ରେ ଖୁସି ଲାଗେ

ତମ ନିଷ୍ପ୍ରଭ ର

ମଉଜ୍ l


ଜୀବନେ ମୋ ଭରିଦେଲ

କେବଳ ମରୁ ବାଲି

ଆଉ କ୍ଷତାକ୍ତ

ରୁଧିର ପରସ l


ବଞ୍ଚିବାକୁ ଦୁର୍ବିସହ ଲାଗେ

ଏଇ ପଶୁତ୍ଵ

ସମାଜ ଆଉ

ଜୀବନକୁ ନେଇ l

ଏଇ ପଶୁତ୍ୱ ସମାଜ ଆଉ

ଜୀବନକୁ ନେଇ l


Rate this content
Log in