STORYMIRROR

ଅଶୋକ କୁମାର ମହାନ୍ତ l

Abstract Horror Tragedy

3  

ଅଶୋକ କୁମାର ମହାନ୍ତ l

Abstract Horror Tragedy

ବାପା

ବାପା

1 min
107

ରୁହ ରୁହ କହୁଛି ତୁମ୍ଭକୁ 

ହାତ ଛାଡ଼ିଦେଇ ଗଲ ସେଦିନ ଆମ୍ଭଙ୍କୁ

ବୁଝିଲନି ତୁମ୍ଭେ ହୃଦୟର ଖେଦ

ଛାଡ଼ି ତ ଗଲ ନୁହେଁ ତୁମ୍ଭେ

ଭରିଦେଲ ଜୀବନରେ ଝଡ l


 ହାତ ଧରି ଡାକେ ମୁ ତୁମ୍ଭକୁ

ନିଶ୍ଚଳ ଚିଶ୍ଚଳ

ଏ ଶରୀର ଅଙ୍ଗ ପ୍ରତ୍ୟଙ୍ଗକୁ

ଭାବିଥିଲି ତମେ ଆଜି ଖେଳୁଛ ଲୁଚକାଳି

ସେଇ ସଫେଦ୍ ରଙ୍ଗର ଧୋତିରେ

କିନ୍ତୁ ଭାବିବାଟା ଭୁଲ ଥିଲା ବୋଧେ

କିନ୍ତୁ ଭାବିବାଟା ଭୁଲ ଥିଲା ବୋଧେ

ଏ ଜୀବନ ପ୍ରାନ୍ତରେ l


ଆଜିବି ମୁ ଖୋଜେ ସେଇ 

ମଶାଣିର ପାଉଁଶ ମଧ୍ୟରେ

ପୁଣି ଫେରି ଆସିବକି

ମୋର୍ ସାନିଧ୍ୟରେ 

ସେଦିନ ତମ ମୁହଁ କାହିଁ ମୋତେ ଲାଗୁଥିଲା

ଅଧିକ ନିଜର 

ତାହାହିଁ ଥିଲା ବୋଧେ ତମ ଅନ୍ତିମ ନସ୍ୱର ଶରୀର l


ବୁଝିମୁ ନଥିଲି ତମେ ଖେଳୁଅଛ

ଅନ୍ତିମ ଲୁଚକାଳି

ଭାବି ନେଲି ଫେରିଆସିବ ନିଶ୍ଚୟ

ମୋ ପାଇଁ ନୂଆ ସନ୍ଦେଶକୁ ନେଇ l


ଯଦିମୁଁ ଜାଣିଥାନ୍ତି ତମେ ଏଡେ ସ୍ୱାର୍ଥପର

ହୁଡ଼ିଥାନ୍ତି ପଥ ତୁମ୍ଭ ହୋଇ ତରବର l


ସମାଜକୁ ଚିହ୍ନିବାରେ ଏବେ ମଧ୍ୟ

ବାକି ଅଛି ମୋର

ତମେ ଯଦି ସାଥେ ଥାଅନ୍ତ

ଲଂଘି ଯାଆନ୍ତିଣି ବୋଧେ ସାତ

ଦରିଆ ଆରପାର l


ବିଦାୟ ପୁରାତନ ଦେଉନି ତୁମକୁ

ହୃଦମଧ୍ୟେ ଥାଅ ତୁମ୍ଭେ ଆମ ନିକଟକୁ

ପୁଣି କେବେ ଯଦି ଆସ ତୁମେ

ଖେଳିବନି ଲୁଚକାଳି ନିସ୍ତବ୍ଧତ ଆମ୍ଭେ ।

 

ପୋତିବାଟା ନିଷ୍ପ୍ରୟଜନ ହୋଇଥାନ୍ତା ମଥା

ସାଥେ ଥିଲେ ତୁମ୍ଭେ

ଆଜି ନଥାନ୍ତା ଦୁଶ୍ଚିନ୍ତା

ଟାହି ଟାପୁରାର ନଥାନ୍ତା ଆଶଙ୍କା

ଯାହା ଆଜି ପ୍ରତିକ୍ଷଣେ ଜନ୍ମାଉଛି ଶଙ୍କା l


Rate this content
Log in

Similar oriya poem from Abstract