STORYMIRROR

ଅଶୋକ କୁମାର ମହାନ୍ତ l

Abstract Fantasy

4  

ଅଶୋକ କୁମାର ମହାନ୍ତ l

Abstract Fantasy

ଓଟ

ଓଟ

2 mins
10

କେଜାଣିଥିଲା ଏ ଅଙ୍ଗୀକାର

ଜୀବନର ବୋଧଚିତ୍ତ

ପାଖକୁ ପାଖକୁ ଆସି 

ଧସେଇ ପୋଶିବ 

କେ ଜାଣିଥିଲା....

  ମରୁଭୂମି ଓଟ ହୋଇ

ମୋଜୀବନେ ଆସିବ ll


କୁଜ ତାର ଶୁଷ୍କ ଦେଖି 

ଏ ମନବି ଦ୍ରବିବ

ପଦାଶ୍ରିତ ହୋଇ ସେତ

ହୃଦକୁ ମୋ ଚିରିବ 

କେ ଜାଣିଥିଲା....

  ମରୁଭୂମି ଓଟ ହୋଇ

ମୋଜୀବନେ ଆସିବ ll


ବିନୟ ଚିତ୍ତକୁ ଦେଖି 

ଏ ମନ ଶରଣବି ପୋଷିବ

ପାଉଁଶକୁ ପାଦେ ବୋଳି

ତୁହାଟି ତୁହାଟି ସେ ହସିବ

କେ ଜାଣିଥିଲା.....

  ମରୁଭୂମି ଓଟ ହୋଇ

ମୋଜୀବନେ ଆସିବ ll


ପ୍ରଭାତେ ଦିବାକର

 କରଦେଇ ମଣ୍ଡିବ

ନିର୍ମଳ ଗଗନ ଦେଖି 

ମନବି ତା ଲାସିବ

କେ ଜାଣିଥିଲା ......

   ମରୁଭୂମି ଓଟ ହୋଇ

ମୋଜୀବନେ ଆସିବ ll


ବିହଙ୍ଗମ କୋଳ ମଧ୍ୟେ

ନିଃସଙ୍ଗତା ତୁଟିବ

ପାଦନ ଥାପୁଣୁ ନିଶ୍ଚେ

ବାଟ ହୁଡ଼ି ବସିବ

କେ ଜାଣିଥିଲା .......

   ମରୁଭୂମି ଓଟ ହୋଇ

ମୋଜୀବନେ ଆସିବ ll


ଖୋଲା ଆକାଶରେ ଡେଣା

ଝାଡି ପୁଣି ଭ୍ରମିବ 

ପକ୍ଷ ଚ୍ୟୁତ ହୋଇ ସେତ

ଧରଣୀରେ ଲୋଟିବ

କେ ଜାଣିଥିଲା .........

 ମରୁଭୂମି ଓଟ ହୋଇ

ମୋଜୀବନେ ଆସିବ ll


ଆକାଶରେ ଧୁମ୍ରଦେଖି

ବାରୁଦ ବି ହସିବ 

ଆପଣା ବାରିଶିକୁ 

ସ୍ୱହସ୍ତେ ସେ ବଧିବ

କେ ଜାଣିଥିଲା.........

  ମରୁଭୂମି ଓଟ ହୋଇ

ମୋଜୀବନେ ଆସିବ ll


ଧୁମ୍ରାଭ ଦିଗନ୍ତରେ 

ବାଟହରା ସାଜିବ

ବାହୁନି ଚାହିଁଲେ ଅବା

ପଥଦୃଶ୍ୟ ନଥିବ 

କେ ଜାଣିଥିଲା ........

 ମରୁଭୂମି ଓଟ ହୋଇ

ମୋଜୀବନେ ଆସିବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract