STORYMIRROR

ଅଶୋକ କୁମାର ମହାନ୍ତ l

Horror Tragedy Inspirational

3  

ଅଶୋକ କୁମାର ମହାନ୍ତ l

Horror Tragedy Inspirational

ବାପା

ବାପା

1 min
293


ନିଛାଟିଆ ଅନ୍ଧାରରେ ଆଜି ମଧ୍ୟ

ଖୋଜିବୁଲେ

ତମ ସ୍ମୃତି ଆଉ

କଷଟିର ଧାରା ll

ଦିକ୍ ଦିକ୍ ଜାଳିବାକୁ ଇଛାହୁଏ

ସେହି ଜୁଇ ଆଉ

କୁଢ଼ କୁଢ଼ ମଶାଣିର

ନିଆଁ ।।

ଆଜି ମଧ୍ୟ ଅନ୍ଧପରି ଖୋଜିବୁଲେ

ମଶାଣି କୂଳରେ

ଟିକିଏ ପ୍ରତିଶ୍ରୁତି

ଆଉ ରାହା ll

କ'ଣ ଦେଇପାରିବ ସେଇ

ଅଧୁରା ସ୍ମୃତିର

ପରସ

ପୁଣି ବେଦନାର ତ୍ରାହା ll

ଯଦି ଥିଲା ଚାଲିଯିବାକୁ ସଉକ୍

କାହିଁ ମୋତେ

ସଂସାରେ ଗଢ଼ିଲ

ମିଛ ବନ୍ଧନ ଦେଇ ll

ଉଠିବାକୁ ଇଚ୍ଛା ହେଲେ

ଭାଙ୍ଗିବାରେ ଖୁସି ଲାଗେ

ତମ ନିଷ୍ପ୍ରଭର

ମଉଜ୍ ll

ଜୀବନେ ମୋ ଭରିଦେଲ

କେବଳ ମରୁ ବାଲି

ଆଉ କ୍ଷତାକ୍ତ

ରୁଧିର ପରସ ll

ବଞ୍ଚିବାକୁ ଦୁର୍ବିସହ ଲାଗେ

ଏଇ ପଶୁତ୍ଵ

ସମାଜ ଆଉ

ଜୀବନକୁ ନେଇ ll

ଏଇ ପଶୁତ୍ୱ ସମାଜ ଆଉ

ଜୀବନକୁ ନେଇ ll

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror