କେଉଁ ପୃଷ୍ଟାରେ ଖୋଜିବି ମୁଁ
କେଉଁ ପୃଷ୍ଟାରେ ଖୋଜିବି ମୁଁ
କେଉଁ ପୃଷ୍ଠାରେ ଖୋଜିବି ମୁଁ ମୋ ଜୀବନକୁ
କେଉଁ ପୃଷ୍ଠାର ବହିରେ,
ଏ ଦୁନିଆଁ ଆଗରେ ମୁଁ ଗୋଟିଏ ଅଚିହ୍ନା
ଥକି ପଡିଲିଣୀ ଏଠାରେ ।
ଓଡ଼ିଆ ବହିର ସବୁ ପୃଷ୍ଠାକୁ ତନତନ କଲି
ପାଉନାହିଁ ମୁଁ ନିଜ ଭାଷା,
ଇଂଗ୍ରାଜୀ ବହିକୁ ବାର ବାର ପଡ଼ି ଯେ
କହିବାକୁ ନାହିଁ ଭରଷା ।
ରାଜନୀତି ବିଜ୍ଞାନ ରେ ଯେ ଲେଖା ଅଛି
ଦେଶ ଦୁନିଆର ଆଇନ,
ଇତିହାସ ପୃଷ୍ଠାରେ ଯେ ସ୍ଥାନ ନିର୍ଦ୍ଧାରିତ
ମସିହା ଖୋଜି ପାଉନି ।
ଶିକ୍ଷା ଲାଭ କଲି ବାପମାଁ ଓ ଗୁରୁଙ୍କ ଠାରୁ
ଶିଖି ଅଛି ନିଜ ପାଇଁ,
ଅର୍ଥଶାସ୍ତ୍ର ରେ ବୁଝି ପାରିଲିନି କେଉଁ ବହିକୁ
ଗୁଣନ କରିବା ପାଇଁ ।