STORYMIRROR

Bharatabandhu Biswal

Horror Tragedy Others

3  

Bharatabandhu Biswal

Horror Tragedy Others

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
198


ଫନି ବୁଲବୁଲ ତିତିଲି ଆମ୍ଫାନ

ୟାସ ପରେ ଜୱ।

ଅଦିନିଆ ବର୍ଷା କାଳ ମହାବାତ୍ୟା

କରିଦେଲା ବରବାଦ ।


ପାଣିପାଗ ସୂତ୍ର ସତର୍କ ସୂଚନା

ଯଦିବା ଆଗରୁ କୁହେ

କଷ୍ଟକର କିନ୍ତୁ କାର୍ଯ୍ୟେ ପରିଣତ

କରିବା ସମ୍ଭବ ନୁହେଁ ।


ପାଚିଲା ଧାନକୁ କାଟିବ ଖେତରୁ

ଅମଳ ଲାଗେ ସମୟ

ଏହି ବେଳେ ଯଦି ବରଷେ ଅଦିନେ

ଫସଲ କ୍ଷୟଟି ଥୟ ।


ଜୱ। ଜହ୍ଲାଦ ସାଜିଲା ରାଜ୍ୟରେ

ଅଦିନିଆ ବର୍ଷା ପାଣି

ଧ୍ୱଂସ କରିଦେଲା ଆଶା ଓ ଭରସା

ଧାନଖେତ ଗଲା ବୁଡି ।


ଫଳିଥିଲା ସୁନା ଏଥର ମାଟିରେ

ଚାଷୀ ହେଉଥିଲା ଖୁସି

ବଇରୀ ହୋଇଲା ଦଇବ ବିଟାତା

କାନ୍ଦୁଅଛି ଦୁଖେ ବସି ।


କିଣିଥିଲା ସାର କରଜ କରି ସେ

ମୂଲିଆ ମଜୁରୀ ଗଣି

ଏବେ ସର୍ବସ୍ୱ।

ନ୍ତ ଦିଶେ ନାହିଁ ବୁଦ୍ଧି

କେଉଁଠୁ ସୁଝିବ ଆଣି ।


ପିଲାଛୁଆ ତାର ଖାଇବେ କଅଣ

ଚଳିବ କିପରି ଘର

ବସିଛି ଦୁଖରେ ମୁଣ୍ଡେ ଦେଇ ହାତ

ଠାକୁରେ ଉଦ୍ଧାର କର ।



Rate this content
Log in

Similar oriya poem from Horror