Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Horror

4.0  

Jagannath Barik

Horror

ଓମିକ୍ରନ

ଓମିକ୍ରନ

1 min
825


ମାଡ଼ିଆସେ କୋଭିଡ଼ିର ତୃତୀୟ ଲହର

ଓମିକ୍ରନ ନାମ ତାର ଅତି ଭୟଙ୍କର |


ପୂର୍ବାପେକ୍ଷା ଦ୍ରୁତବେଗେ ହୁଏ ସଂକ୍ରମଣ 

ସାରା ବାୟୁ ମଣ୍ଡଳକୁ କଲାଣି ଆଚ୍ଛନ୍ନ |


ଜାପାନରୁ ମେକ୍ସିକୋକୁ ବିସ୍ତାରିଛି କାୟା

ଘରେ ଘରେ ବ୍ୟାପିଲାଣି ତା ଅଦୃଶ୍ୟ ଛାୟା |


ଘାତକ ନହେଲେ ମଧ୍ୟ ଯନ୍ତ୍ରଣା ଦାୟକ

ମହାମାରୀ ଠାରୁ ଇଏ ମହା ମାରାତ୍ମକ |


ମଧୁମେହ ରକ୍ତଚାପ ହୃଦ ରୋଗୀ ପାଇଁ

ବିଷମ ଉତ୍କଟ ଚିନ୍ତା ଦେଉଛି ବଢ଼ାଇ |


ଅତିଷ୍ଠ ହେଲେଣି ନରେ ଓମିକ୍ରନ ଡରେ

କୋଭିଡି ନିୟମ ପାଳୁଛନ୍ତି ନିରନ୍ତରେ |


ନାସାବାସ ପରିଧାନ ବିଶୁଦ୍ଧିକରଣ

ଦୂରତ୍ୱ ରକ୍ଷଣ ସଭା ସମିତି ବର୍ଜନ |


ଦ୍ରୁତ ସଂକ୍ରମଣ ହେତୁ ଲାଗିଲାଣି ଭୟ

ଆଉ ନବ ରୂପେ ପୁଣି ହେବ ଅଭ୍ୟୁଦୟ |


ଛୋଟ ପିଲାଙ୍କୁ ଏ କରେ ତ୍ୱରା କବଳିତ

ନିରାକରଣେ ସର୍କାର ସତତ ଚେଷ୍ଟିତ |


ପନ୍ଦରୁ ଅଠର ପିଲା ଟୀକା କରଣର 

ବୟସ୍କ ପାଇଁ ବ୍ୟବସ୍ଥା ଡୋଜ ବୁଷ୍ଟରର |


କୋଭିଡି ଯୋଦ୍ଧାଏ ହୋଇଛନ୍ତି ନିୟୋଜନ

ଅଙ୍ଗନବାଡି କର୍ମୀଠୁ ଡାକ୍ତର ସର୍ଜନ |


ବିଶ୍ୱ ଅର୍ଥନୀତି ହୋଇଲାଣି ବିପର୍ଯ୍ୟସ୍ତ

ଜଣାଯାଏ ମାନବ ସଭ୍ୟତା ହେବ ଧ୍ୱସ୍ତ |


ବେଳ ଥାଉଁ ବନ୍ଧ ବାନ୍ଧ ବିଜ୍ଞାନୀ ମାନବ

କର ପାଦପ ରୋପଣ ବନ ମହୋତ୍ସବ |


ଭୌତିକ ପ୍ରଗତି ଛାଡ଼ି ଆଧ୍ୟାତ୍ମିକ ପଥ

ଧର,ଜୀବେ ଦୟା ହେଉ ଜୀବନର ବ୍ରତ |



Rate this content
Log in