ଛଳନା
ଛଳନା
ଏହି ସଂସାରଟା ମୋଟେ ଭଲ ନୁହେଁ
ଛଳ କପଟର ତାରା
କେହି ବି କାହାର ନିଜର ହିଁ ନୁହଁ
ଛଳନା ଏ ବସୁନ୍ଧରା।
ଆକାଶରେ ତାର ଦିକିଦିକି ପରି
ଏ ଛଳନା ଜଳୁଅଛି
ସମୟ ସୁଯୋଗ ପାଇଲେ ବିନାଶ
କରିବା ସଦା ଚାହୁଁଛି।
ପତ୍ନୀ ପୁତ୍ର ଭାଇ ବନ୍ଧୁ ସହୋଦର
ସବୁ ଛଳନାକୁ ଧରି
ଆତ୍ମସ୍ବାର୍ଥ ମଜ୍ଜି ଜଗି ବସିଛନ୍ତି
ଖାଇବାକୁ କୋରିକୋରି।
ସବୁଜ ସଂସାରେ ଘରଠୁ ସହର
ଛଳନା ରାଜତ୍ବ କରେ
ତାର ସମ୍ମୁଖରେ ସଭିଏଁ ଦୁର୍ବଳ
ମୁକ୍ତି ବି ପାଏନି ଥରେ।
ହେ ଛଳନା ଯୁକ୍ତ ଜଗତେ ଯେ'ଅଛ
ଥରେ ତ ନିଜକୁ ଭାବ
ପ୍ରେମର ଭାବନା ହୃଦୟେ ନ ଥିଲେ
ହିଂସାର ରାଜତ୍ବ ହେବ।

