STORYMIRROR

SUKANTA KHANDA

Horror

3  

SUKANTA KHANDA

Horror

ଛଳନା

ଛଳନା

1 min
117


ଏହି ସଂସାରଟା ମୋଟେ ଭଲ ନୁହେଁ

ଛଳ କପଟର ତାରା

କେହି ବି କାହାର ନିଜର ହିଁ ନୁହଁ

ଛଳନା ଏ ବସୁନ୍ଧରା।


ଆକାଶରେ ତାର ଦିକିଦିକି ପରି

ଏ ଛଳନା ଜଳୁଅଛି

ସମୟ ସୁଯୋଗ ପାଇଲେ ବିନାଶ

କରିବା ସଦା ଚାହୁଁଛି।


ପତ୍ନୀ ପୁତ୍ର ଭାଇ ବନ୍ଧୁ ସହୋଦର

ସବୁ ଛଳନାକୁ ଧରି

ଆତ୍ମସ୍ବାର୍ଥ ମଜ୍ଜି ଜଗି ବସିଛନ୍ତି

ଖାଇବାକୁ କୋରିକୋରି।


ସବୁଜ ସଂସାରେ ଘରଠୁ ସହର

ଛଳନା ରାଜତ୍ବ କରେ

ତାର ସମ୍ମୁଖରେ ସଭିଏଁ ଦୁର୍ବଳ

ମୁକ୍ତି ବି ପାଏନି ଥରେ।


ହେ ଛଳନା ଯୁକ୍ତ ଜଗତେ ଯେ'ଅଛ

ଥରେ ତ ନିଜକୁ ଭାବ

ପ୍ରେମର ଭାବନା ହୃଦୟେ ନ ଥିଲେ

ହିଂସାର ରାଜତ୍ବ ହେବ।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror