ସମ୍ପର୍କ
ସମ୍ପର୍କ
ସମ୍ପର୍କ ର ଅର୍ଥ ହଜି ସାରିଲାଣି
ସ୍ୱାର୍ଥପର ଦୁନିଆଁରେ,
ବିନା ସ୍ୱାର୍ଥରେ ସମ୍ପର୍କ କେହି ଯେ
ରଖେ ନାହିଁ କାହା ଠାରେ ।
କାହା ସହିତ ରଖିଲେ ସମ୍ପର୍କକୁ
କେତିକି ଲାଭ ହୋଇବ,
ଲାଭ କ୍ଷତିକୁ କଳନା କରି ଯେ
ସମ୍ପର୍କକୁ ଯୋଡ଼ା ଯିବ ।
ପାର୍ଥବ ଲାଭ ନ ହୋଇ ପାରିଲେ
ସମ୍ପର୍କ କାହିଁ ବଢିବ ,
ଅଯଥାରେ ଯେ ସମୟ ଅପଚୟ
ସମ୍ପର୍କ କି ଲାଭ ହେବ ।
ସ୍ନେହ ଶାନ୍ତିପ୍ରୀତି ଯେ ମୂଲ୍ୟହୀନ
ସ୍ୱାର୍ଥପର ଦୁନିଆରେ,
ସ୍ବାର୍ଥ ଯଦି କିଛି ନୋହିବ ହାସଲ
କି ଲାଭ ସେ ସମ୍ପର୍କରେ ।
ଅମୂଲ ମୂଲ ଯେ ଅଟଇ ସମ୍ପର୍କ
ବୁଝିବାକୁ କେହି ନାହିଁ,
ସ୍ବାର୍ଥ ଯଦି କିଛି ନୋହିବ ହାସଲ
କି ଲାଭ ସମ୍ପର୍କ ଥାଇ ।