Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Abstract Horror Classics

3  

Bhagirathi Mohanty

Abstract Horror Classics

କଥାଟିଏ ପଚାରିବି

କଥାଟିଏ ପଚାରିବି

1 min
134


କଥାଟିଏ ପଚାରିବି ।

ମୋ ପିଛା ଛାଡୁ ନଥିବା ,

ଛାଇ କୁ ଦେଖି ମୁଁ କହିଲି,"କଥାଟିଏ ପଚାରିବି ?" 

" ହଁ ପଚାର "। 

" ମୁଁ ଯୁଆଡେ ଯାଉଛି , ମୋ ସାଙ୍ଗରେ ଗୋଡ଼ଉଛୁ କାହିଁକି ?"

ସେ କହିଲା , " ତୋତେ ଚେତେଇ ଦେବାକୁ ଚାହୁଁଛି ତୁ ଦିନେ ଛାଇ ହୋଇ ଯିବୁ।"

"କେବେ ?

"ଯେତେବେଳେ ହେଲେବି । ସେତେବେଳେ ମୁଁ ଥିବି; ତୁ ନଥିବୁ "

      ବହନ୍ତା ନଦୀ କୁ ଦେଖି ମୁଁ କହିଲି," କଥାଟିଏ ପଚାରିବି?"

"ଠିକ୍ ଅଛି ପଚାର "

 "ଅବିଶ୍ରାନ୍ତ ଭାବରେ ଦୌଡଛ କାହିଁକି ?"

"ସେ କହିଲା , ଜାଣିନୁକି , ମୋ ନାଁ ନଈ, ମୋ ଯିବି ଆଗକୁ ବହି । ସାଗରେ ପଡ଼ିବି ଯାଇ । ତୁ କର ନିରୀକ୍ଷଣ ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ ।"

  ଦିନେ ପଚାରିଲି ଭଅଁର କୁ " ତୁ କିମ୍ପା ସବୁବେଳେ ଗୁଣୁ ଗୁଣୁ ହେଉଛୁ କାହିଁକି

?"

   ସେ କହିଲା," ମୋ ନାଁ ମଧୁପ । ଫୁଲ ସହ ମିତ ବସେଇବା ପାଇଁ , ମଧୁ ଟାଣିବା ପାଇଁ ମୁଁ ଗୀତ ଗାଉଛି "।

ଦିନେ ଫଳ କୁ ପଚାରିଲି, " ହାତ ବଢେଇଲେ ଧରା ଦଉନୁ ଯେ?"।

 ସେ କହିଲା"ଫଳ ପ୍ରାପ୍ତି ଏତେ ସହଜ ନୁହେଁ "।

   ଦିନେ ସମୀର କୁ ପଚାରିଲି," ତୁ ମଳୟ ହେବୁ କେବେ ?"

ସେ କହିଲା," ମୋ ସମୟ ଆସିଲେ। ଅବଶ୍ୟ, ଏ ସନ ତା'ର ଆସିବାର ବିଳମ୍ବ ହେବ । ବର୍ଷା ତ ସବୁଜ ସଙ୍କେତ ଦେଉନି "।

     ଭାବିଲି ," ମଣିଷ ତ କୁ ପ୍ରକୃତି କୁ ସହଯୋଗ କରୁନି ; କିଛି ଶିଖିନି ତା ଠାରୁ ; ସିଏ ଆନମନା ହେବ ହିଁ ହେବ "।


Rate this content
Log in

Similar oriya poem from Abstract