STORYMIRROR

Bharatabandhu Biswal

Horror Tragedy Inspirational

3  

Bharatabandhu Biswal

Horror Tragedy Inspirational

ନୀଳବର୍ଣ୍ଣ ଶୃଗାଳ

ନୀଳବର୍ଣ୍ଣ ଶୃଗାଳ

1 min
161


ପ୍ରବଳ ପ୍ରମତ୍ତ   ମନ ଐରାବତ

   କେଶବାସ ଶୁଭ୍ର ବର୍ଣ୍ଣ

ବିପୁଳ ଐଶ୍ୱର୍ଯ୍ୟ  କ୍ଷମତାରେ ଅନ୍ଧ

   ଅଦ୍ୱିତୀୟ ନୀଳୋପମ ।


ସଉଭାଗ୍ୟ ଉଣ୍ଡି   ଅଧମ କି°ନର

    ବଦଳାଏ କାୟାକଳ୍ପ

ଭାବିନିଏ ନିଜେ   ସ୍ୱୟଂ ଭଗବାନ

     ଚକ୍ରବର୍ତ୍ତୀ ଇନ୍ଦ୍ରସମ ।


ନ ଶୁଣଇ କର୍ଣେ   ସ୍ୱଜନଙ୍କ ଦୁଖଃ

     ବେଦନା ଆର୍ତ୍ତ ଚିତ୍କାର

ଦେଖାଏ ଆପଣା  ଉଚ୍ଚ ଠାଣିମାଣି

     ଥାଟବାଟ ପଟୁଆର ।


ବିନାଶ କାଳରେ   ବିପରୀତ ବୁଦ୍ଧି

      ନୀଳବର୍ଣ୍ଣ ବିକଟାଳ 

ବାବୁ ବାପଧନ    ପଞ୍ଚମ ପ୍ରହର

      ଶୃଗାଳର ଅସମ୍ଭାଳ ।

           


સામગ્રીને રેટ આપો
લોગિન

Similar oriya poem from Horror