STORYMIRROR

Subrat Malik

Drama Horror Tragedy

3  

Subrat Malik

Drama Horror Tragedy

ଦାରିଦ୍ର୍ୟ ପ୍ରେମିକ

ଦାରିଦ୍ର୍ୟ ପ୍ରେମିକ

1 min
163

ପ୍ରେମର ସଉଦା କରିପାରିଲିନିସେଥିପାଇଁ ଦୂରେ ଚାଲିଗଲ,ଦରିଦ୍ର ପ୍ରେମିକ ପରିଚୟ ଦେଇସବୁ ସମ୍ପର୍କକୁ କାଟିଦେଲ ।


ଖାଣ୍ଟି ସୁନା ପରି ପ୍ରେମକୁ ମୋହରମୁଦା ପରି ତୁମେ ଭାବିନେଲ,ଧନୀକ ବଣିଆ ତରାଜୁରେ ତୁମେ,ପ୍ରେମକୁ ଆମର ତଉଲିଲ ।


ମନର ସୁନ୍ଦର ସଜଡ଼ା ଘରକୁଆଉ କାହା ପାଇଁ ଉଜାଡିଲ,ଯାଯାବରଟିଏ ସଜାଇଣ ମୋତେଆଉ କା' ହୃଦୟେ ଘର କଲ ।


ବିରହ ଜୁଇଁରେ ଜଳେଇବା ପାଇଁଶରୀରକୁ ମୋର ବାଛିନେଲ,ବାସର ରାତିରେ ନିଜର ଦେହକୁଅନ୍ୟକୁ ସମର୍ପି ଆଦରିଲ ।


ଚିହ୍ନିବାରେ ତୋତେ ଭୁଲ୍ କଲି ଅବାଭଲ ପାଇ ଭୁଲ୍ କଲି,ଆୟୁଷ ଥାଇ ବି ଆଜି ଏ ସଂସାରୁତୋ ପାଇଁ ବିଦାୟ ନେଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama