STORYMIRROR

LALIT MOHAN DASH

Horror Inspirational Thriller

3  

LALIT MOHAN DASH

Horror Inspirational Thriller

ପ୍ରେମର କି ମୃତ୍ୟୁ ଥାଏ

ପ୍ରେମର କି ମୃତ୍ୟୁ ଥାଏ

1 min
732

ଯେତେ ଦିନ ଥିବ ସୁନ୍ଦର ଧରା

ଆକାଶରେ ସୂର୍ଯ୍ୟ ଚନ୍ଦ୍ର ତାରା

ଫୁଲରେ ମହକ, ଅଳି ଗୁଞ୍ଜନ

ସାଗରରେ ଢେଉ, କୋଇଲି ଗାନ,

ପ୍ରେମ ଥିବ ସେବେ ଯାଏ

ମୁଁ ସିନା ମରିବି, ତମେ ମରି ଯିବ

ପ୍ରେମର କି ମୃତ୍ୟୁ ଥାଏ । ୧ ।

ପ୍ରେମ ପରା ଶିବ ସତ୍ୟ ସୁନ୍ଦର

ଜୀବନ ସଂଗୀ ତେ ସ୍ୱର ଝଙ୍କାର

ସୃଷ୍ଟି ସର୍ଜନାରେ ଆଦ୍ୟ ଓଁକାର

ପ୍ରେମ ବିନା ସବୁ ବ୍ୟର୍ଥ ବିକାର,

ସେଇ ପ୍ରେମ ଗୀତି ଗାଏ

ମୁଁ ସିନା ମରିବି ତମେ ମରିଯିବ

ପ୍ରେମର କି ମୃତ୍ୟୁ ଥାଏ ।୨ ।

ପ୍ରେମ ଅଛି ବୋଲି ଝରେ ନିର୍ଝର

ନଈ ବହି ଯାଏ ଖୋଜି ସାଗର

ସରସୀରେ କଇଁ ପଦୁଅଁ ଫୁଟେ

ଶିରା ପ୍ରଶିରାରେ ରକତ ଛୁଟେ

ଏ ଧରା ସରଗ ହୁଏ,

ମୁଁ ସିନା ମରିବି ତମେ ମରି ଯିବ

ପ୍ରେମର କି ମୃତ୍ୟୁ ଥାଏ । ୩ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror