ଲଙ୍କେଶ୍ୱରୀ
ଲଙ୍କେଶ୍ୱରୀ
ନଗର ସୁବର୍ଣ୍ଣପୁର ଅଭୁଲା ସେ ଲଙ୍କେଶ୍ୱରୀ ଗାଥା
ଅକାତ କାତ ପାଣି ସାଙ୍ଗକୁ
ମହାନଦୀର ଉତଫଣ ସ୍ରୋତ,
ଠାଆ କୁ ଠାଆ କିଛି ଦିଶୁଥିବା ଓ ପାଣି ଭିତରେ
ନିମଜ୍ଜିତ ମୁଣ୍ଡିଆ ପଥର ଖଣ୍ଡ
ଭୟାନକ ଲାଗୁଥିଲା ଉତ୍ତାର ବା ପାର
ମହାନଦୀ ରାଜଘାଟ ଲଙ୍କେଶ୍ୱରୀ ଗଣ୍ଡ ।
କେବେ କେବେ ପ୍ରତିକୂଳ ପାଣିପାଗ
ଦୈବ ଦୁର୍ବିପାକ ଯୋଗ
ହେଉଥିଲା ଅଚାନକ ଉଠାଣିଆ ମେଘ
କାଳବୈଶାଖୀ ସହ ଝଡ଼ ଓ ବତାସ,
ନାଆ ଭିତରକୁ ଧସିପଶି ଯାଉଥିଲା
ପାଣିର ଚବକା,
ଅମାନିଆ କାତ ଓ ଆହୁଲା
ସମ୍ଭାଳି ନ ପାରି ନାଆ
ନାଉରିଆ ଟେକୁଥିଲା ହାତ ,
ଲଙ୍କେଶ୍ୱରୀ ମାଆ ଥିଲେ ଏକୁଟିଆ
ସାହା ଓ ଭରସା ,
ହରିବୋଲ ହୁଳହୁଳି ଆଶ୍ରାକରି
ପିଣ୍ଡଟାରେ ପଶୁଥିଲା ପ୍ରାଣ
କୂଳ ଲାଗୁଥିଲା ନାଆ ଘରମୁହଁ। ଯାତ୍ରୀ ।
ଏବେ ନାହିଁ ସେହି ଦୁଃଖ ବିକଟ ଦୁର୍ଦ୍ଦିନ
କ°କ୍ରିଟ ସିମେଣ୍ଟ ପୋଲ ହୋଇଛି ନିର୍ମାଣ
ଗାଡ଼ି ଘୋଡା ଦଉଡୁଛି ସରସର
ଏକା ନଈ ଲାଗୁ ନାହିଁ ସାତକୋଶ ଦୂର,
ଧର୍ମଶାଳା ଫେରିଘାଟ ,ଲଙ୍କେଶ୍ୱରୀ ଛାମୁଣ୍ଡିଆ
କାଆଁ ଭାଆଁ ପଡିଯାଏ କାହାରି ନଜର,
ନାହିଁ ଆଉ ଆଗପରି ଭକ୍ତି ନିଷ୍ଠା
ସୁବିଶ୍ୱ।ସ ପ୍ରେମ
ହୃଦୟ ଠୁ ହୃଦୟ ଏବେ ବହୁଦୂର
ଆପଣାର ଲାଗେ ସାତପର ।
ଧନ ପଦ କ୍ଷମତା ମୋହରେ
ଆଜିକାଲି ଅମଣିଷ ଅନ୍ଧ
ପହ°ରୁଚି କୁହୁଡ଼ିରେ ଅକାରଣେ
ଗୁଡ଼ ବୋଲି ଗିଳିଯାଏ ନଈବାଲି
ଗେଙ୍ଗୁଟି ପଥର,
ଶୁଖିଯାଏ ନଈପାଣି ମେଣ୍ଟେ ନାହିଁ ଶୋଷ
ମହାନଦୀ ଏବେ ମରୀଚିକା
ବିପନ୍ନ ଜୀବନ ମଧ୍ୟ ଉଚ୍ଛନ୍ନ ଜୀବିକା
ଜୀଇଥାଇ ମଣିଷ ମରଇ ନିତି
ସବୁକିଛି ବିବର୍ଣ ବିଧୂର
ମିଳେ ନାହିଁ ଲକ୍ଷ୍ୟ ଥଳକୁଳ ।