STORYMIRROR

Sambit Srikumar

Horror Classics Inspirational

3  

Sambit Srikumar

Horror Classics Inspirational

ଘୃଣାର ଅର୍ଥନୀତି

ଘୃଣାର ଅର୍ଥନୀତି

1 min
362


ଘୃଣାର ବି କାଳେ ଅଛି ଗୋଟେ ଦୃଢ଼ ଅର୍ଥନୀତି ତତ୍ତ୍ଵ

ଘୃଣା ସୃଷ୍ଟି କରିବାକୁ ଆଜିକାଲି ମିଳୁଅଛି ବିପୁଳ ଅର୍ଥ

ଘୃଣା ପାଇଁ ବହୁଛି ବିଦେଶରୁ ଅର୍ଥର ଅବାରିତ ସ୍ରୋତ

ଘୃଣା ଲାଗି ବିପନ୍ନ ହୁଅଇ ଅମୂଲ୍ୟ ବିଶ୍ବ ଭାତୃତ୍ବବୋଧ ।


ସୃଜିବାକୁ ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ସମ୍ପ୍ରଦାୟରେ ବିଭେଦ

ଘୃଣା ପାଲଟି ଯାଇଛି କତିପୟଙ୍କ ହସ୍ତରେ ଅମୋଘ ଅସ୍ତ୍ର

ସମାଜର ବଡପଣ୍ଡାଏଁ ସଦାସର୍ବଦା ରଟନ୍ତି ଅସୂୟା ମନ୍ତ୍ର

ଅବୋଧ ଅବାଧ୍ଯ ମତିକୁ କରନ୍ତି ଚତୁରେ ଚତୁରେ ବିଭ୍ରାନ୍ତ ।


ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଯେ' ସାଜିଛି ଘୃଣାର ପ୍ରମୁଖ ବାହାକ

କେବଳ ପ୍ରସାର କରୁଛି ଉତ୍ତେଜନାପୂର୍ଣ୍ଣ ସମ୍ବାଦ ଅନବରତ

ନଗ୍ରପଲ୍ଲୀ ସରହଦ ଡେଇଁ ଘୃଣା ସରଳମନକୁ କରଇ ସଂକ୍ରମିତ

ପ୍ରତିବେଶୀ ପ୍ରତି ଦିନକୁଦିନ ବଢୁଛି ସଭିଙ୍କର ଘୃଣା ଅପ୍ରମିତ ।


ଅର୍ଥେ କ୍ରୀତ ତଥାକଥିତ ଯୁବବର୍ଗର ଆଦର୍ଶ ପ୍ରେରଣାସ୍ରୋତ

ତାରକା ଉଦଗାରି ବିଷ ହିଂସାର ବହ୍ନିରେ ଆହୂତି ଦିଅନ୍ତି ଘୃତ

ବଦଳିଯାଉଛି ସମ୍ପର୍କର ପରିଭାଷା ସଂପ୍ରୀତି ହୁଅଇ ବିଲୁପ୍ତ

ହିଂସା ଦ୍ବେଷ ବୈରୀ ଭାବ ସମାଜକୁ କରଇ ବହୁଦା ବିଭକ୍ତ ।


ଘୃଣାର ଅର୍ଥନୀତିରେ ପ୍ରତିହିଂସାର ଚାଲୁଅଛି ଅଖଣ୍ଡ ରାଜତ୍ବ

ଘୃଣିତ ଘୃଣା ସଗୌରବେ ସଦୈବ ହୁଅଇ ଏଠି ମହିମା ମଣ୍ଡିତ

ଏଇତ ଆମରି ମହାନ ଭାରତ ଯହିଁ ସତ୍ଯବାଦୀ ହୁଅଇ ଦଣ୍ଡିତ

ଘୃଣାର କାର୍ପଟଦାର ସର୍ବୋଚ୍ଚପଦବୀରେ ହୋଇଥାଏ ଅଧିଷ୍ଠିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror