STORYMIRROR

Narayan Sethi

Horror Tragedy Crime

4  

Narayan Sethi

Horror Tragedy Crime

ଶୀର୍ଷକ:-ନିଶା ର ବିଷାକ୍ତ ଛବି

ଶୀର୍ଷକ:-ନିଶା ର ବିଷାକ୍ତ ଛବି

1 min
292

ଲେଖକ:- ନାରାୟଣ ସେଠୀ 



ଅଳପ ଟିକିଏ ଆଜି ପିଇବି 

କାଲି ଠୁ ଆଉ ନୁହେଁ 

ଅଳପ ଆଜି ଟିକିଏ ଝୁମିବି

କାଲିକି ଆଉ ନୁହେଁ 


ଏହି ପ୍ରାରମ୍ଭ ସୂକ୍ଷ୍ମ ରୂପ

କିଛି ସମୟ ର ବ୍ୟବଧାନ ପରେ 

ମନୁଷ୍ୟ ନିଜର ଜ୍ଞାନ କ୍ଷୟ ଘଟାଇ ଥାଏ 


ଆଉ ଦିନ ପରେ ଦିନ ଯାଏ 

ହେଲେ ନଶା ସୂକ୍ଷ୍ମ ରୁ 

ବିରାଟ ରୂପ ନିଏ 


ଆଜି ଆଉ ଜମାରୁ ପିଇବିନି 

ବାସ ଭିତରୁ କୁହେ ମନ 

ହେଲେ ମନ ଟା ପୁଣି 

ଭୁଲ କରି ବସେ ଅଳପ ରୁ

ଅତ୍ୟଧିକ ପ୍ରମାଣିତ ହୁଏ 


ଆଉ ଟିକିଏ ବାସ ଆଉ ପିଇବିନୀ 

କିନ୍ତୁ ସମୟ କାଳ ଚକ୍ର ଶୀଘ୍ର 

ଅତିକ୍ରମ ଯୋଗୁଁ ଅନେକ ସମୟରେ 

ବିବେକ ହରାଇ ବସେ 

ହିତା ହିତ ଜ୍ଞାନ 


ନା ପଛକୁ ବୁଲି ହୁଏ 

ନାହିଁ ମନୁଷ୍ୟ ତା କଲା କର୍ମ ପାଇଁ 

ନିଜକୁ ସୁଧାରି ପରେ 


ଭୁଲ ପରେ ଭୁଲ ଆଉ 

ନିଜକୁ ବୁଝାଇ ବାରେ ଅସମର୍ଥ ହୋଇ 

ଜୀବନ ନେବାକୁ ବି ପଛାଏ ନାହିଁ 


ଆଜି ନିଶା କେବଳ ଗୋଟିଏ ମାତ୍ର 

ପରିଚୟ ସୃଷ୍ଟି କରିପାରିଛି 

ଯାହା ସେ ଅଗଣିତ ସଂସାର 

ଉଜାଡି ଦେଇଛି ଆଉ 

ଖୁଶି ଠୁ ମଣିଷ ଅଲଗା ହୋଇ 

ଅସାନ୍ତି ର ବାତାବରଣ ରେ

ନିଜକୁ ଲିପ୍ତ ରଖୁଛି 


ନିଶା ଆଜି ନା ମାଆ ବାପା 

ନା ବନ୍ଧୁ ପରିଜନ କାହାକୁ ବି 

ଛାଡୁନି ସେ ନିଶା ଆଜି 

ପ୍ରତି ମୁହୁର୍ତ୍ତ ରେ ରକ୍ତ ର ହୋଲି 

ଖେଳୁଛି ସହସ୍ର ଜୀବନ ଆଜି 

ଅଳପ ଟିକିଏ ନିଶା ପାଇଁ 

ସ୍ଵାଭାବିକ ଜୀବନ ଅସ୍ତ ବ୍ୟସ୍ତ ହୋଇସାରିଛି 






"ନିଶା ମୁକ୍ତି ରେ ହିଁ ଜୀବନ 

ଆଉ ସମାଜ ର ପ୍ରତୀ ଟୀ 

ଖୁଶି ଓ ପରିଚୟ ସୃଷ୍ଟି କରିପାରିଛି 

ତେଣୁ ନିଶା ମୁକ୍ତ ଜୀବନ

ଏକ ସୁସ୍ଥ ପରିବେଶ ର ଦିଗଦର୍ଶନ "




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror