STORYMIRROR

Narayan Sethi

Drama Tragedy Inspirational

4  

Narayan Sethi

Drama Tragedy Inspirational

ଶୀର୍ଷକ:- ମାଆ ଆଖିରେ ପାତର ଅନ୍ତର

ଶୀର୍ଷକ:- ମାଆ ଆଖିରେ ପାତର ଅନ୍ତର

2 mins
394

ଲେଖକ:- ନାରାୟଣ ସେଠୀ 



ସତରେ ଅଜବ ଏ ଦୁନିଆଁ 

କାରଣ ଆଜିର ମାଆ ଟିଏ 

କେତେ ପାତର ଅନ୍ତର କରୁଛି 


ମାଆ ନିଜ ଝିଅ ଟିକୁ 

କେତେ ଯତନ ରେ ରଖୁଛି 

ଆଉ ନିଜ ବୋହୂ କୁ 

ଅକଥନୀୟ ଅତ୍ୟାଚାର କରୁଛି...!!


ଏହା ଆଧୁନିକ ଯୁଗରେ କିଛି

ପରିବର୍ତ୍ତନ ନା ଏହା ହିଁ ସଂପର୍କ 

କିଛି ବୁଝିହେଉନି କି 

ସହଜ ରେ ଵିଶ୍ଵାସ କୁ ନେଲେ 

ମନରେ ପ୍ରଶ୍ନ ଉପୂଜୁଛି 

କେତେ ବ୍ୟବଧାନ ଏ ସଂପର୍କ....!!



ସମୟ ର ସ୍ରୋତ ର 

କଳଙ୍କିତ ରୂପ ନୁହଁ ତ 

ଗୋଟେମାଆ ର ....?


ଝିଅ ତ ସବୁ ମାଆ ର ...

ଆଉ 

ଝିଅ ଓ ବୋହୂ ମଧ୍ୟରେ 

ନଜର ଟା ଗୋଟେ ମାଆ ର 

କାହିଁକି ...?  ଏତେ ବିଷାକ୍ତ କରୁଛି 


ଜାଣି ଶୁଣି ଏମିତି ଘଟଣା ଘଟୁଛି ...??

ନା ... ରକ୍ତ ହିଁ ସଂପର୍କ ବୋଲି 

ଏ ସଂପର୍କ ରେ କଣ୍ଟା ହେଉଛି....!!


ନିରୀହ ଝିଅ ଟି ବି ଅନ୍ୟ ଘର କୁ 

ବୋହୂ ହୋଇ ଶାଶୁଘର ଯାଉଛି 


ପୁଣି.. ସେଠି ସେ ଝିଅ ସହ ବି

ଠିକ ସେମିତି ତା ଭାଉଜ ଅବସ୍ଥା ...

ସହ ନିଜକୁ ଅନୁଭବ କରୁଛି .....!!


ତଥାପି ଏ ସମାଜ ନିଜେ ନିଜକୁ 

ଏ ସଂପର୍କ ର ମାନ କୁ ନ ବୁଝି ସୁଝି

ବାସ ନିଜ ରକ୍ତ କୁ ହିଁ ବୁଝୁଛି .....!!


ଅନ୍ୟ ଘରୁ ଆସୁଥିବା ଝିଅକୁ

ପର ବୋଲି ନାମ ଦଉଛି......!!


ବା ବା  ରେ ଏ ସମାଜ

ଆଉ ସମାଜ ର ଅମୂଲ୍ୟ 

ସଂପର୍କ ର ଡୋରି .......!!


କଣ କହିକି ଦେବୀ ତାର ନାମ

ଏ କି ସଂପର୍କ ...

ଆଉ..

 ଏ କି ବିଚାର ଆମ ସମସ୍ତଙ୍କର ....!!



ନିଜ ରକ୍ତ ନିଜର 

ଆଉ 

ପର ସବୁ ବେଳେ ପର .....?


କି ସୁନ୍ଦର ଆମ ସମାଜ ର ଗଠନ

ଆଉ ମାଆ ଆଖିରେ ...?

ଝିଅ ଓ ବୋହୂ ଭିତରେ 

କେତେ ବଡ଼ ପାତର ଆଉ ଅନ୍ତର......!!


କେବେ ବୁଝିବ ଏ ସମାଜ 

ଆଉ ଆମ ପାରିବାର ଲୋକ 

ବିନା କାରଣରେ ନିରୀହ 

ଝିଅ ମାନଙ୍କ ର ଅତ୍ୟାଚାର....!!


କେବେ ବୁଝିବ ଏ ସମାଜ 

ଝିଆ ଟିଏ ହିଁ ସଂପର୍କ ର 

ନୂତନ ପରିଚୟ ସୃଷ୍ଟି କରେ 

ଆଉ ସଂପର୍କ ରୁ ଅନେକ ସଂପର୍କ 

ଗଢ଼ି ତୋଳି ଆମ ପାରିବାର ର 

ଖୁଶି କୁ ଦୁଇ ଗୁଣା କରେ.......!!


ମାଆ ପରା ପ୍ରଥମେ ଝିଅ 

ଆଉ ...

ତାପରେ ବୋହୂ 

ପରେ ଗୋଟେ ଶାଶୁ 

ତା ପରେ ...

ପରିଚୟ ଜେଜେ ମାଆ 

ପୁଣି ....ସ୍ନେହର ଆଈ ମାଆ....!!


ତାହେଲେ କାହିଁକି ....?

ଏ ଅସମାନତା ...

ମାଆ ଟି ବୁଝିଗଲେ 

ଦୁର ହୋଇଯିବ 

ଏ ପାତର ଆଉ ଅନ୍ତର 

ଯୋଡ଼ି ହୋଇଯିବ 

ଗୋଟ ସୁନ୍ଦର ଭାବ ....

ଆଉ... 

ବଞ୍ଚିଯିବ ଅନେକ 

ନିରୀହ ଝିଅ ଙ୍କ ଜୀବନ....!!











ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama