STORYMIRROR

Narayan Sethi

Tragedy Action Thriller

4  

Narayan Sethi

Tragedy Action Thriller

ଶୀର୍ଷକ:- ପହଲଗାମ ଲିଭେଇ ଦେଲା ମୋ ସିନ୍ଦୁର

ଶୀର୍ଷକ:- ପହଲଗାମ ଲିଭେଇ ଦେଲା ମୋ ସିନ୍ଦୁର

2 mins
256

ଲେଖକ:- ନାରାୟଣ ସେଠୀ 



ସହ ପାରିବାର ସାଥେ ଆସିଥିଲି 

ଅନେକ ଖୁସୀ ଥିଲି 

ଆଉ ଏ ଦୁନିଆଁ କୁ 

ଦେଖିକି ଅଳପ ସମୟ ପାଇଁ 

ଆସିଥିଲି ସୁନ୍ଦର କାଶ୍ମୀର କୁ 

ଦେଖିବି ଆଉ ଛୋଟ ଅନୁଭବ 

ସାଥେ ସାଉଁଟି ନେବି ବୋଲି 


ହେଲେ ....?


ହଠାତ ....!


କେହି ଜଣେ ପଚାରିଲା

ସୁରକ୍ଷାକର୍ମୀ ଭାବେ ତୁମେ 

ହିନ୍ଦୁ ନା ମୁସଲମାନ ....??


ପ୍ରତି ଉତ୍ତର ଆସୁ ଆସୁ 

ମୋ ସ୍ବାମୀ କୁ ମୁଁ ହରେଇ ଦେଲି ....!!


ଆସିଥିଲି କେବଳ ସୁନ୍ଦରତା ର 

ଉପଭୋଗ କରିବାକୁ 

କେବେ ଭାବିନଥିଲି ମୋ ଖୁସୀ 

ଏମିତି ହଠାତ ଉଜୁଡ଼ି ଯିବ ବୋଲି ....!!


ମୋ ଦେଶ ଆଉ ମୋ ମାଟି 

ଆଗରେ ତା ସନ୍ତାନ କୁ

କେହି ଜଣେ ଆସି ମଥାରେ 

ବନ୍ଧୁକ ଦେଈ ଅକାଳରେ

କିଛି ମୁହୁର୍ତ ରେ ମୋ 

ମଥାର ସିନ୍ଦୁର ଲିଭେଇ ଦେବ ବୋଲି ....!!


କଣ ଥିଲା ମୋ ସ୍ବାମୀ ର ଭୁଲ 

କାହିଁକି ଏ ଧର୍ମ ନାଁ ରେ 

ଏ ରକ୍ତ ର ଭିନ୍ନ ଚିତ୍ର.....???

କେମିତି ବୁଝୁନି ଏ 

ମଣିଷ ରୁପି ନର ହନ୍ତା 

ରାକ୍ଷସ ଆଉ ଅମଣିଷ ରୁପ ....???



କଣ ତୁମେ ଏ ଭୂପୃଷ୍ଠ ରେ 

ଜନ୍ମ ନେଇନ ....??


କେହି ତ ଜଣେ ମାଆ ହିଁ 

ଜନ୍ମ ଦେଇଛି ତୁମକୁ


ହେଲେ ....!


କେମିତି ଏତେ ନିଷ୍ଟୁର ହେଇପରୁଛ ..?

କାହିଁକି ତୁମର ଆମ ପ୍ରତି 

ଅଳପ ଟିକିଏ ମମତା ନାହିଁ ...??

କଣ କ୍ଷତିପୂରଣ ହେଲା ତୁମର ..??


ମୁଁ ଜାଣିଥିଲି ତୁମକୁ ନାଁ 

ତୁମେ ଜାଣିଥିଲ ମୋ ସଂସାର କୁ...?


ତାହେଲେ କାହିଁକି ଏମିତି 

ମୋ ସଂସାରକୁ ଭାଙ୍ଗିଦେଲ 

ମୋ ମଥାର ସିନ୍ଦୁର କୁ

ସବୁ ଦିନ ପାଇଁ ଲିଭାଇଦେଲ ...??


ଏ ଦୁନିଆଁ ରେ ଵିଶ୍ଵାସ ବୋଲି 

ଶବ୍ଦ କୁ ଅପମାନ କଲ ...


କିଛି ବୁଝିବା ଆଗରୁ 

ନିମିଶକେ ମୋ ସ୍ବାମୀ କୁ 

ଏ ସୁନ୍ଦର ପାରିବାର ରୁ 

ମୋ ଠାରୁ ଛଡେଇ ନେଲ ....!!


ବିଶ୍ୱାସ ହେଉନି ଏବେ ବି 

ମୁଁ ମୋ ଖୁସୀ କୁ 

ଅନୁଭବ କରି ପାରୁନି 

ଲାଗୁଛି ମୋତେ ଏ ସବୁ 

ରାତି ର ଘଟିଥିବା ସ୍ୱପ୍ନ ବୋଲି ....!!













ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy