STORYMIRROR

Kabiratna Nutan Kumar Behera

Tragedy Action Crime

4  

Kabiratna Nutan Kumar Behera

Tragedy Action Crime

ଈର୍ଷା ହିଂସା ପ୍ରତିହିଂସା

ଈର୍ଷା ହିଂସା ପ୍ରତିହିଂସା

1 min
225

      


       -=- ଈର୍ଷା -=-


ଅଶୁଭ ଦୃଷ୍ଟି/କୁନଜରର ବିଷାକ୍ତ ଭାବନା

ପଙ୍ଗୁ ମାନସିକତା/ କ୍ଳୀବତ୍ବ ଚିନ୍ତାଧାରା

କାହାରି ସୁଖ ଶିରୀ ଦେଖିବାରେ ପରାଙ୍ଣାମୁଖ

ପ୍ରତ୍ୟକ୍ଷ/ପରୋକ୍ଷରେ କରେ କୁତ୍ସାରଟନା,

ହୁଏ ପ୍ରତିଭାର ନିନ୍ଦୁକ/ ପ୍ରଶଂସାର ବିରୋଧି

ଆତ୍ମ ଗର୍ବୀ/ଅହଂ ମନୋଭାବର ପାଷାଣ ହୃଦୟ

ନିଷ୍ଠୁର ସ୍ବଭାବକୁ ନେଇ କରେ କପଟତା

ହୀନ ଆଶା ପୂରଣ କରିବାକୁ ଦିଏ ନିର୍ଯ୍ୟାତନା।।


       -=-  ହିଂସା  -=-


ପଶୁତ୍ବର କ୍ରୁର ଆଚରଣ/ପରଶ୍ରୀକାରତା ଗୁଣ

ବିବେକ ବିଚାରରେ ରୁଗ୍ଣତା/ ଅମାନବୀୟ ପ୍ରବୃତ୍ତି

ଦମ୍ଭପଣେ ଧରାକୁ ସରା ମଣିବାର କରେ ଧ୍ରୂଷ୍ଟତା

କାୟ ମନ ବାକ୍ୟରେ ହୁଏ ନିର୍ମମ ନିର୍ଦ୍ଦୟ ଅତି,

ପାପର ଦୁନିଆଁରେ ସେ ସ୍ବେଚ୍ଛାଚାରୀ ସୌଦାଗର

ହତ୍ୟା ଲୁଣ୍ଠନ ବଳାତ୍କାରର ଦୁର୍ଦ୍ଦାନ୍ତ ନର ରାକ୍ଷସ

ଜଘନ୍ୟ/ ବିଭତ୍ସକାଣ୍ଡ ଘଟାଇବାରେ ସିଦ୍ଧହସ୍ତ

ବୁଝେନା ଆଦୌ ସଂସାରର ଶାନ୍ତି ମୈତ୍ରୀ ପ୍ରୀତି।।


        -=- ପ୍ରତିହିଂସା -=-


ଇର୍ଷା ହିଂସାର ମାତ୍ରା ଡେଇଁ ଗଲେ ସୀମାରେଖା

ଜନ୍ମ ନିଏ ବିପ୍ଳବ ଜାଳିବାକୁ ପ୍ରତିହିଂସାର ନିଆଁ

ଛାତିର କୋହ ଆଖିର ଲୁହ ଚାହେଁ ପ୍ରତିଶୋଧ

ଭୁଲିଯାଏ ହୃଦୟରୁ ଦୟା କ୍ଷମା ଶାନ୍ତି ପ୍ରେମ,

ମରିବାକୁ/ମାରିବାକୁ କରେ ସେ ଭୀଷ୍ମ ପ୍ରତିଜ୍ଞା

ଭାତୃଭାବ/ଆତ୍ମୀୟତାରେ ନରଖି ତିଳେ ଦରଦ 

ଅନ୍ୟାୟ ଅନୀତି ବିରୁଦ୍ଧରେ କରି ପ୍ରତିବାଦ

ଧର୍ମରକ୍ଷା ପାଇଁ ସଂଗ୍ରାମ କରେ ଜୀବନ ତମାମ।।

    

     


Rate this content
Log in

Similar oriya poem from Tragedy